କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ

କନ୍ଧମାଳ : ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକରିବା ସହ ଗିରଫ କରିବା ଦାବିରେ ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଡାକରାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଦଳୀୟ ପତାକା ଧରି ମାଦିକୁନ୍ଦକ୍ଷ ଛକ ଠାରୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ବିଭିନ୍ନ ନାରାବାଜୀ ଦେଇ ଆସିଥିଲେ।  ତେବେ ବନ୍ଦର ପ୍ରଭାବ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିନାହିଁ । ତେବେ ତୁରନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପଦବୀରୁ ଇସ୍ତଫା ଦେବା ସହ ତାଙ୍କୁ ଗିରଫ କରାଯାଉ ବୋଲି କଂଗ୍ରେସ ଜିଲ୍ଲା ସଭାପତି ଅନାମ ନାୟକ କହିଛନ୍ତି।

Comments are closed.