ତିନି ଠାକୁରଙ୍କ ନିଳାଦ୍ରୀ ବିଜେ

ଚୌଦ୍ୱାର : ଚାରବାଟିଆ ହାଉସିଂବୋର୍ଡ଼ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ରଥ ଯାତ୍ରା ବାହୁଡ଼ା ଓ ମନ୍ଦିର ପରିସରରେ ମା ଲକ୍ଷ୍ମୀ ଓ ବିମଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସହିତ ଶ୍ରୀ ଜିଉ ମାନଙ୍କ ନିଳାଦ୍ରୀ ବିଜେ ପରେ ଏହି ପବିତ୍ର ଉତ୍ସବ ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଦିନ ରଥ ଉପରେ ୩ ଦିଅଁଙ୍କର ରୀତି ନୀତିରେ ପୂଜାର୍ଚ୍ଚନା ପରେ ସଂଧ୍ୟାରେ ଜିଉ ମାନଙ୍କୁ ପହଣ୍ଡି କରାଯାଇ ଶ୍ରମନ୍ଦିର ଭିତରକୁ ନିଆ ଯାଇଥିଲା। ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ନୂତନ ବସ୍ତ୍ର ସହିତ ରସଗୋଲା ଭୋଗ ଅର୍ପଣ କରାଯାଇ ଦିଅଁ ମାନଙ୍କୁ ରତ୍ନ ବେଦୀରେ ବିରାଜମାନ କରାଯାଇଥିଲା । ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ତଥା ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କ ତତ୍ୱାବଧାନରେରେ ଟ୍ରଷ୍ଟ ବୋର୍ଡ଼ର ସଦସ୍ୟ, ସ୍ଥାନୀୟ ନାଗରିକ ବୃନ୍ଦଙ୍କ ସମେତ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପବିତ୍ର କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ପ୍ରରିଚାଳନା କରିଥିଲେ। ମନ୍ଦିରର ଟ୍ରଷ୍ଟି ତଥା ଆଇଆଇସି ବିରଞ୍ଚି ନାରାୟଣ ପତି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ। ସମ୍ପାଦକ ମୀନ କେତନ ପଣ୍ଡା, ମାନସ ରଞ୍ଜନ ସାମନ୍ତରାୟ, ରଞ୍ଜନ ବାରିକ, ଗୌରାଙ୍ଗ ଚନ୍ଦ୍ର ଦାସ, ଅନିରୁଦ୍ଧ ମହାନ୍ତି, ଜୟନ୍ତ ସାହୁ, ପ୍ରଫୁଲ୍ଲ ଭୋଳ, ବିରଜା ପ୍ରସାଦ ଦାସ, ପ୍ରଶାନ୍ତ ବରାଳ, ବୀଣାପାଣି ଦାସ, ରାଜନ୍ ନାମ୍ବିଆର, ସନ୍ତୋଷ କୁମାର ଧର,ମାନସ ରଞ୍ଜନ ସିଂଙ୍କ ସମେତ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ବିଜୟ କୁମାର ମଲ୍ଲିକ,ସୁବ୍ରତ ସାମଲ, ଅର୍ଜୁନ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ।

kalyan agarbati

Comments are closed.