www.samajalive.in
Monday, December 8, 2025
13.1 C
Bhubaneswar

ଜେଲ ଗଲେ ନିକିତାଙ୍କ ସ୍ବାମୀ

କଟକ : ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ପାଇଁ ତାଙ୍କ ସ୍ବାମୀ ଲିପନ୍ ଜେଲ ଯାଇଛନ୍ତି। ଏସଡିଜେଏମ କୋର୍ଟରେ ଲିପନଙ୍କ ଜାମିନ ଆବେଦନକୁ ଖାରଜ ହେବାପରେ ତାଙ୍କୁ ଚୌଦ୍ବାର ଜେଲକୁ ପଠାଇଦିଆଯାଇଛି।

ସୂଚନାଯୋଗ୍ୟ, ପାରିପାର୍ଶିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ନିକିତାଙ୍କ ସ୍ବାମୀ ଲିପନ ଦାୟୀ ଥିବା ଜଣାପଡିବାପରେ ତାଙ୍କୁ ଗିରଫ କରାଯାଇଥିଲା। ନିକିତାଙ୍କ ଛାତରୁ ଖସି ପଡିବା ଘଟଣା ଦିନ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା କଥାକୁ ଲିପନ ସ୍ବୀକାର କରିଥିଲେ। ଗଣ୍ଡଗୋଳ ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ନିକିତା ଛାତରୁ ଖସି ପଡିଥିବା କଥା କଟକ ଡିସିପି ଅଖିଳେଶ୍ବର ସିଂ ସୂଚନା ଦେଇଥିଲେ। ଲିପନଙ୍କ ବାପା ମାଆଙ୍କୁ ମଧ୍ୟ ଏ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଲିପନଙ୍କ ବାପା ମାଆଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ ହୋଇଥିବା ଡିସିପି କହିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ଶନିବାର ଦିନ ଅଭିନେତ୍ରୀ ନିକିତା ନିଜ ମହାନଦୀ ବିହାର ଘର ଛାତରୁ ଖସି ପଡିଥିଲେ। ତାଙ୍କୁ ଏକ  ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ନିକିତାଙ୍କ ବାପା ଚାଉଳିଆଗଞ୍ଜ ଥାନାରେ ତାଙ୍କ ଝିଅକୁ ଲିପନ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ କରିଥିଲେ। ଲିପନଙ୍କୁ ପୁଲିସ ପଚରାଉଚରା କରିବା ସହ ଗିରଫ କରିଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories