www.samajalive.in
Monday, December 8, 2025
14.1 C
Bhubaneswar

ଅଯୋଧ୍ୟା ମାମଲା: ୫ ଜଣିଆ ସାମ୍ବିଧାନିକ ପୀଠ ଗଠିତ, ୧୦ରୁ ଶୁଣାଣି

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍‍ ଜମି ବିବାଦ ମାମଲାର ଶୁଣାଣି ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ୫ ଜଣିଆ ବିଚାରପତିଙ୍କ ଏକ ସାମ୍ବିଧାନିକ ଖଣ୍ଡପୀଠ ଗଠନ କରିଛନ୍ତି। ଏହି ପୀଠ ଜାନୁଆରୀ ୧୦ରୁ ମାମଲାର ଶୁଣାଣି କରିବ। ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏହି ପୀଠର ନେତୃତ୍ୱ ନେବେ। ତାଙ୍କ ସହ ବିଚାରପତି ଜଷ୍ଟିସ୍‍ ଏସ୍‍.ଏ ବୋଡ୍ଡେ, ଜଷ୍ଟିସ୍‍ ଏନ୍‍.ଭି ରମନ୍ନା, ଜଷ୍ଟିସ୍‍ ୟୁ.ୟୁ ଲଳିତ ଏବଂ ଜଷ୍ଟିସ୍‍ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ପୀଠରେ ଅଛନ୍ତି। ଏହି ମାମଲାରେ ତ୍ୱରିତ ଶୁଣାଣି ପାଇଁ ଦାବି ହୋଇ ଆସୁଛି। ଗତ ଜାନୁଆରୀ ୬ ଶୁଣାଣିରେ ସୁପ୍ରିମକୋର୍ଟ ମାମଲାର ଆଗୀମ ଶୁଣାଣି ପାଇଁ ଜାନୁଆରୀ ୧୦ ତାରିଖକୁ ଧାର୍ଯ୍ୟ କରିଥିଲେ ଓ ୫ ଜଣିଆ ଖଣ୍ଡପୀଠ ଗଠନ କରିବାକୁ କହିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories