www.samajalive.in
Sunday, December 7, 2025
26.1 C
Bhubaneswar

ବିନା ବୀମାରେ ଗାଡି ଚଳାଉଛନ୍ତି ନିଖିଲ କାମଥ, ଭିଡିଓ ଭାଇରାଲ ପରେ ମଜା ଉଡାଇଲେ ଲୋକେ

ନୂଆଦିଲ୍ଲୀ : ଜିରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥ ଓ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓରେ ନିଖିଲ କାମଥ ସୁଜୁକି ଇଣ୍ଟ୍ରଡର ଭିଜେଡଆର ୧୮୦୦ ଜେଡଏଲ୨ ବାଇକ ଚଳାଉଥିବା ନଜର ଆସୁଛନ୍ତି । କାମଥ ଜ୍ୟାକେଟ ଓ ସର୍ଟ୍ସ ପିନ୍ଧିଛନ୍ତି । ମୁହଁରେ ମାସ୍କ ଓ ହେଲମେଟ୍ ମଧ୍ୟ ପିନ୍ଧିଛନ୍ତି କାମଥ । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଖୁବ୍ କମେଣ୍ଟ କରୁଛନ୍ତି ୟୁଜର୍ । ତେବେ ଜଣେ ୟୁଜର ବାଇକର ନମ୍ବର ପ୍ଲେଟ ତଥ୍ୟ ସର୍ଚ୍ଚ କରିବା ପରେ ଜଣାପଡିଛି କି ବାଇକର ଇନସ୍ୟୁରାନ୍ସ ଗତ ବର୍ଷ ସମାପ୍ତ ହୋଇଯାଇଛି । ଏହି ବାଇକର ଦାମ୍ ପ୍ରାୟ ୧୮ ଲକ୍ଷ ଟଙ୍କା ।

- Advertisement -

କାରଇନଫୋ ଆପ୍ ମାଧ୍ୟମରେ ଏହା ଜଣାପଡିଛି ଯେ ଏହି ବାଇକ କାମଥଙ୍କ ନାଁରେ ରହିଛି । ୨୦୧୨ ମସିହାରେ ଏହି ବାଇକ ବେଙ୍ଗାଲୁରୁରୁ କିଣିଛନ୍ତି କାମଥ । କିନ୍ତୁ ୨୦୨୩ରୁ ଏହାର ବୀମା ସମାପ୍ତ ହୋଇଯାଇଛି । ମଜା କଥା ହେଉଛି ଲୋକେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ତାଙ୍କୁ ଗାଡିର ବୀମା କରାଇବାକୁ ପରାମର୍ଶ ଦେଉଛନ୍ତି । ସୁଜୁକି ଇଣ୍ଟ୍ରଡର ଭିଜେଡଆର ୧୮୦୦ ଜେଡଏଲ୨ରେ ୧୭୮୩ ସିସିର ଇଞ୍ଜିନ୍ ମିଳିଥାଏ ।  ଏହି ବାଇକ ୧୨୭ ବିଏଚପିର ପାଓ୍ବର ଦେଇଥାଏ । ୫ ସ୍ପିଡ୍ ମାନୁଆଲ ଟ୍ରାନ୍ସମିଶନ ବିଶିଷ୍ଟ ଏହି ବାଇକର ସର୍ବାଧିକ ସ୍ପିଡ ୨୦୯ କିଲୋମିଟର ପ୍ରତି ଘଣ୍ଟା । କହିରଖୁଛୁ ନିଖିଲ କାମଥ ନିଜ ଭାଇ ନୀତିନ କାମଥଙ୍କ ସହିତ ମିଶି ୨୦୧୦ରେ ଜିରୋଧା ଆରମ୍ଭ କରିଥିଲେ । ଏହା ପରେ ନିଖିଲ କାମଥ ଦେଶର ସବୁଠାରୁ କମ୍ ବୟସ୍କ ଅରବପତି ପାଲଟିଯାଇଥିଲେ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories