www.samajalive.in
Saturday, December 6, 2025
23.1 C
Bhubaneswar

ବାଂଲାଦେଶୀଙ୍କୁ ତଡ଼ିପାର କସରତ ଆରମ୍ଭ କଲକାତା ଲିଙ୍କ୍ ଖୋଜିବ ଏନ୍‌ଆଇଏ

ଭୁବନେଶ୍ୱର: ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରି ଓଡ଼ିଶାରୁ ତଡ଼ିପାର୍‌ ଲାଗି କସରତ ଆରମ୍ଭ ହୋଇଛି। ବାଂଲାଦେଶୀ ନାଗରିକ ଭାୟା କଲକାତା ହୋଇ ଓଡ଼ିଶାକୁ ଅନୁପ୍ରବେଶ କରୁଛନ୍ତି। ସେମାନଙ୍କୁ ଅନୁପ୍ରବେଶରେ ସହାୟତା ଓ ଶରଣ ଦେଉଥିବା ମାଷ୍ଟର ମାଇଣ୍ଡଙ୍କୁ ଚିହ୍ନଟ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)।

ଓଡ଼ିଶାରୁ ଧରାପଡ଼ୁଥିବା ବାଂଲାଦେଶୀଙ୍କ ଲିଙ୍କ୍‌ ଖୋଜିବାରୁ କଲକାତା ସାମ୍ନାକୁ ଆସୁଛି। କଲକାତାରେ ବାଂଲାଦେଶୀ ନାଗରିକ ପହଞ୍ଚିବା ପରେ ଅସଲ ଖେଳ ଆରମ୍ଭ କରୁଛନ୍ତି ଦଲାଲ୍‌। ବାଂଲାଦେଶୀ ନାଗରିକଙ୍କ ମିଛ ପରିଚୟପତ୍ର ପ୍ରସ୍ତୁତ କରି ଓଡ଼ିଶାକୁ ଅନୁପ୍ରବେଶ କରାଉଛନ୍ତି। ଏବାବଦରେ କଲକାତାର ଦଲାଲ ବାଂଲାଦେଶୀ ନାଗରିକଙ୍କ ପିଛା ୪୫ରୁ ୫୫ ହଜାର ଟଙ୍କା ନେଉଛନ୍ତି। ବାଂଲାଦେଶୀ ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାରବାରରେ ଲିପ୍ତ କରାଇବା ସହ ପୁରୁଷଙ୍କୁ ଓଡ଼ିଶାରେ ବଡ଼ଧରଣର ଅପରାଧରେ ଲିପ୍ତ କରାଉଛନ୍ତି କଲକାତାର ଦଲାଲ। ବାଂଲାଦେଶୀ ନାଗରିକ ଅନୁପ୍ରବେଶ ପାଇଁ କଲକାତାରୁ ବଡ଼ଧରଣ ରାକେଟ କାମ କରୁଛି। ଏଣୁ ଓଡ଼ିଶା ଓ କଲକାତାର ପ୍ରାୟ ୯ଟି ସ୍ଥାନରେ ଚଢ଼ଉ କରିବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଥିବା ଏନ୍‌ଆଇଏର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ନିକଟରେ କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲାରେ କଲକାତା ଲିଙ୍କ୍ ମିଳିଥିଲା। ସମ୍ପୃକ୍ତ ବାଂଲାଦେଶୀ ପୀଡ଼ିତାଙ୍କୁ ଚାକିରିର ପ୍ରତିଶ୍ରୁତି ଦେଇ ଅନୈତିକ କାରବାରରେ ନିୟୋଜିତ କରିଥିଲେ କଲକାତାର ୪ ଦଲାଲ୍‌। କଲକାତା ବନୋଗାଓଁ ସମେତ ୫ଟି ସ୍ଥାନରେ ଚଢ଼ଉ କରି ଅମୀର ଅଲ୍ଲୀ ଶେଖ, ଅମଲ କ୍ରିଷ୍ଣା ମଣ୍ଡଳଙ୍କୁ ଗିରଫ କରିଥିଲା ଏନ୍‌ଆଇଏ। ସେଭଳି ଭୁବନେଶ୍ୱର ଷ୍ଟେସନରୁ ୧୦ ବାଂଲାଦେଶୀ ନାଗରିକ ଦିବ୍ରୁଗଡ଼-ଚେନ୍ନଇ ଏକ୍ସପ୍ରେସରେ ବେଙ୍ଗାଲୁରୁ ଯାଉଥିବା ବେଳେ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲେ। ମାଷ୍ଟରମାଇଣ୍ଡ୍‌ ମହମ୍ମଦ ହାସିମ୍‌ କଲକାତା ଲିଙ୍କ୍‌ର ଗୁମର ଖୋଲିଥିଲା। ଏହାକୁ କଲକାତାର ଜଗଦୀଶ ଦାସ ପରିଚାଳିତ କରୁଥିବା ତଦନ୍ତରୁ ସାମ୍ନାକୁ ଆସିଥିଲା। ଏଥିସହ ଭଡ଼ା ଘରୁ ସିମ୍‌ ବକ୍ସ ଠାବ ଘଟଣାରେ

କଲକାତାର ରାଜୁ ମଣ୍ଡଳକୁ ଗିରଫ କରାଯାଇଥିଲା। ବାଂଲାଦେଶୀ ନାଗରିକ ଅଶାଦୂର ଜମାନର ପ୍ରରୋଚନାରେ ସେ ସିମ୍‌ବକ୍ସ ଲଗାଇଥିଲା। ଏଥିସହ ଲିଙ୍ଗିପୁରରୁ ଏଟିଏମ୍‌ ତାଡ଼ି ୨୦ ଲକ୍ଷ ଟଙ୍କା ଲୁଟ୍‌ରେ ଦୁଇ ବାଂଲାଦେଶୀ ଖୋକନ ମୁଲ୍ଲା ଓ ମିଜାରୁଲ ରେହମାନ ମୁଲ୍ଲା ଓରଫ ରାଜୁର ସମ୍ପୃକ୍ତି ଥିଲା। ଗୋଟିଏ ପରେ ଗୋଟିଏ ଅପରାଧ ଓ ମାନବ ଚାଲାଣ ଘଟଣାରେ କଲକାତା ଲିଙ୍କ୍‌ ମିଳୁଥିବାରୁ ପ୍ରଚ୍ଛଦପଟରେ ରହୁଥିବା ଦଲାଲଙ୍କୁ ଠାବ କରିବା ଲାଗି ଏନ୍‌ଆଇଏ ପ୍ରୟାସ ଆରମ୍ଭ କରିଛି।

ଅନ୍ୟପକ୍ଷରେ ବାଂଲାଦେଶ ସୀମାବର୍ତ୍ତୀ ଆସାମ, ପଶ୍ଚିମବଙ୍ଗ, ମିଜୋରାମ, ମେଘାଳୟ ଓ ତ୍ରିପୁରା ସୀମାକୁ ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରୁଛନ୍ତି ବାଂଲାଦେଶୀ ନାଗରିକ। ସୀମା ଜଗୁଥିବା ବିଏସ୍‌ଏଫ୍‌ ଯବାନଙ୍କୁ ବି କଡ଼ା ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସେପଟେ ବାଂଲାଦେଶୀ ନାଗରିକ ସନ୍ଦେହରେ ଆଧାରକାର୍ଡ଼, ଭୋଟର, ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ କରାଯାଉଛି। ରେସନ ଓ ସରକାରୀ ସୁବିଧା, ଶିକ୍ଷାଗତ ଯୋଗ୍ୟତା, କେଉଁ ଶିକ୍ଷାନୁଷ୍ଠାନରେ ସେମାନେ ପାଠ ପଢ଼ିଛନ୍ତି ସେହି କାଗଜପତ୍ର ସ୍ଥାନୀୟ ପୁଲିସ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ନବରଙ୍ଗପୁର, ମାଲକାନଗିରି ଜିଲାରେ ଚଢ଼ଉ କରିବାକୁ ଯୋଜନା ଚାଲୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories