www.samajalive.in
Sunday, December 7, 2025
23.1 C
Bhubaneswar

ଚେନ୍ନାଇର ଆଇଏସଆଇଏସ ଆତଙ୍କବାଦୀକୁ ୭ ବର୍ଷ ଜେଲ, ୪୦ ହଜାର ଜୋରିମାନା

ଦିଲ୍ଲୀ ଆଇଏସଆଇଏସ ଷଡଯନ୍ତ୍ର ମାମଲାରେ ପଟିଆଲା ହାଉସରେ ଥିବା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା, ଏନଆଇଏର ସ୍ୱତନ୍ତ୍ର କୋର୍ଟ ଜଣେ ଆଇଏସଆଇଏସ ଆତଙ୍କବାଦୀଙ୍କୁ ସାତ ବର୍ଷ ପାଇଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୪୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ୨୦୧୪ ମସିହାରେ ଦୁବାଇରେ ୱେବ୍ ଡେଭଲପର୍ ଏବଂ ଗ୍ରାଫିକ୍ ଡିଜାଇନର୍ ଭାବରେ କାର୍ଯ୍ୟ କରୁଥିବା ଚେନ୍ନାଇର ମହମ୍ମଦ ନାସିର୍ ନାମକ ଏହି ବି ଟେକ୍ (ଆଇଟି) ଡିଗ୍ରୀଧାରୀ ଏଥିକାଲ୍ ହ୍ୟାକର୍ ବୋଲି ଜଣାପଡିଥିଲା। ସେ ୟୁ-ଟ୍ୟୁବରେ ଇସଲାମ ପ୍ରବଚକ ଅଂଜେମ ଚୌଧୁରୀ ଏବଂ ଅବୁ ବାରାଙ୍କ ଭିଡିଓ ମାଧ୍ୟମରେ ଲୋକମାନଙ୍କୁ ଆଇଏସଆଇଏସରେ ଯୋଗ ଦେବାକୁ ପ୍ରବର୍ତ୍ତାଉଥିଲା।

ସୂଚନା ଅନୁଯାୟୀ, ମହମ୍ମଦ ନାସିର ନିଶ୍ଚିତ ଥିଲା ଯେ ଆଇଏସଆଇଏସ ଇସଲାମର ପ୍ରକୃତ ନିୟମ ଅନୁସରଣ କରୁଛି ଏବଂ ଶରିୟା ଆଧାରରେ ଶାସନ କରିବାକୁ ସଂଘର୍ଷ କରୁଛି। ଆଇଏସଆଇଏସରେ ଯୋଗ ଦେବାକୁ ସେ ଦୁବାଇରୁ ସୁଦାନ ଦେଇ ଲିବିୟା ଯାଉଥିବା ବେଳେ ଧାରା ପଡିଥିଲା ଓ ସୁଦାନ କର୍ତ୍ତୃପକ୍ଷ ନାସିରକୁ ୨୦୧୫ ଡିସେମ୍ବର ୧୦ରେ ଭାରତକୁ ପଠାଇ ଦେଇଥିଲେ।

- Advertisement -

ଆଇପିସିର ଧାରା ୧୨୫ ଏବଂ ଯୁଏ (ପି) ଅଧିନିୟମ, ୧୯୬୭ର ଧାରା ୧୮, ୧୮ ବି, ୩୮ ଏବଂ ୩୯ ଅନୁଯାୟୀ ନୂଆଦିଲ୍ଲୀ ଏନଆଇଏରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ଆତଙ୍କବାଦ ବିରୋଧୀ ଅନୁସନ୍ଧାନକାରୀ ସଂସ୍ଥା ଅନୁସନ୍ଧାନ ଶେଷ କରିବା ପରେ ଚଳିତ ବର୍ଷ ଜୁନ୍ ୩ରେ ନାସିରଙ୍କ ସମେତ ୧୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଏହି ମାମଲାରେ ୧୫ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ୧୦ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ହୋଇଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories