ଏନଆଇଏ ହାଜତକୁ ଗଲେ ଆସିୟା ଆନ୍ଦ୍ରାବି
ନୂଆଦିଲ୍ଲୀ : କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତ୍ରୀ ତଥା ବେଆଇନ ଘୋଷିତ ସଂଗଠନ ଦୁଃଖତାରଣ-ଇ-ମିଲାତର ମୁଖ୍ୟ ଆସିୟା ଆନ୍ଦ୍ରାବିଙ୍କୁ ୧୦ଦିନ ପାଇଁ ଏନଆଇଏ ହାଜତକୁ ପଠାଇ ଦିଆଯାଇଛି। ଦେଶ ବିରୋଧରେ ଯୁଦ୍ଧ ଷଡଯନ୍ତ୍ର କରିବା ଅଭିଯୋଗରେ ଏନଆଇଏ ଆନ୍ଦ୍ରାବିଙ୍କୁ ଜେରା କରିବ। ଆନ୍ଦ୍ରାବିଙ୍କ ସହିତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଏନଆଇଏ ହାଜତକୁ ପଠାଯାଇଛି। ଶନିବାର ସେମାନଙ୍କୁ ଶ୍ରୀନଗରରୁ ଦିଲ୍ଲୀ ଅଣାଯାଇଥିଲା। ଦିଲ୍ଲୀର ଜିଲା ଦୌରାଜଜ୍ ପୁନମ ବାମ୍ବା ସେମାନଙ୍କୁ ୧୦ଦିନ ପାଇଁ ଏନଆଇଏ ହାଜତକୁ ପଠାଇଦେଇଛନ୍ତି।