mission shakti banner

ନିର୍ବାଚନରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ଲାଗିପାରେ କଟକଣା

BSKY banner  750×100
0

ନୂଆଦିଲ୍ଲୀ: ଜାତୀୟ ଗ୍ରୀନ ଟ୍ରିବୁନାଲ ଆଗାମୀ ନିର୍ବାଚନରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ କଟକଣା ଜାରୀ ହେବ କି ନାହିଁ ସେ ନେଇ ବିଚାର ବିମର୍ଷ କରିବାକୁ ମୁଖ୍ୟ ନିର୍ବାଚନ କମିଶନ, କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ବାଚନ କମିଶନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏକ ସପ୍ତାହ ମଧ୍ୟରେ ଆଲୋଚନା କରି ନିଷ୍ପତ୍ତି ନେବାକୁ କହିଛନ୍ତି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଏବଂ ବିଭିନ୍ନ ରାଜ୍ୟକୁ ନିର୍ବାଚନ ପ୍ରଚାରରେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ନେଇ ଆଗତ ଏକ ଆବେଦନ ଉପରେ ବିଚାର କରି ଟ୍ରିବୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ନିର୍ବାଚନରେ ବ୍ୟବହୃତ ପ୍ଲାଷ୍ଟିକ ସାମଗ୍ରୀ ଦ୍ୱାରା ପରବର୍ତ୍ତୀ ସମୟରେ ପରିବେଶ ପ୍ରଦୂଷଣ ହେଉଥିବା ଅଭିଯୋଗ କରିଛନ୍ତି।

Leave A Reply