www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡ଼ି ପକ୍ଷରୁ କର୍ମୀ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବିଜେଡି ପକ୍ଷରୁ ଆସନ୍ତା ୨୮ ତାରିଖ ରେଙ୍ଗାଲି ଜୋନ୍ ୧ରେ ହେବାକୁ ଥିବା ବିଶାଳ କର୍ମୀ ସମ୍ମିଳନୀ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରେଙ୍ଗାଲି ସ୍ଥିତ ହରିହର ଧର୍ମଶାଳା ଠାରେ ରେଙ୍ଗାଲି ବିଜେଡି ବ୍ଲକ ସଭାପତି ଅଶୋକ କୁମାର ଗୁରୁଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆଗାମୀ ୨୮ ତାରିଖ ଦିନ ନୂଆ ଖିଣ୍ଡା ଠାରେ ରେଙ୍ଗାଲି ଜୋନ-୧ର କର୍ମୀମାନଙ୍କୁ ନେଇ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି କର୍ମୀ ସମ୍ମିଳନୀରେରେ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ଓ ଜିଲ୍ଲାର ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀଗଣ ଯୋଗ ଦେବାର ସ୍ଥିରୀକୃତ ହୋଇଛି।

ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଉପସଭାପତି କିରଣ ବେହେରା, ରେଙ୍ଗାଲି ଜୋନ-୧ ସଂଯୋଜକ ମହେନ୍ଦ୍ର ଓରାମ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲ, ରେଙ୍ଗାଲି ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ, ଦେବେନ୍ଦ୍ର ପତି, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ତିଳକ ବାଗ, ବାବୁଲୁ ରାଉତ ବିଜୁ ଛାତ୍ର ସଭାପତି, ଦୟାନିଧି ଭଇଁସାଲ ଯୁବ ବିଜୁ ଜନତା ଦଳ ସଭାପତି, ଶେଷ ଦେବ ପଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଇଂ ଗାନ୍ଧୀ ବେହେରା, ବୃନ୍ଦାବନ ସାହୁ ଓ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories