ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭବ ହେଉଥିବା ବେଳେ ଏବେ ତାତିରୁ ନିସ୍ତାର ମିଳିପାରିବ। ଆଗାମୀ ଦୁଇ ଦିନ ମଧ୍ୟରେ ଉତ୍ତର ବଙ୍ଗୋପସାଗର ଓ ଆଖପାଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହାସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନ କରିବ ବୋଲି ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୨ ରୁ ୪ଦିନ ମଧ୍ୟରେ ଅନେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ମାଲକାନଗିରି, କୋରାପୁଟ,ନୂଆପଡା,ନବରଙ୍ଗପୁର ଓ ମୟୁରଭଞ୍ଜରେ ସତର୍କ ସୂଚନା ଜାରି କରାଯାଇଛି। ଏହାସହ କିଛି ସ୍ଥାନରେ ବର୍ଷା ଘଡଘଡି ସହ ବଜ୍ରପାତ ନେଇ ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ସମୁଦ୍ର ଅଞ୍ଚଳରେ ପବନ ବହିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
ମୌସୁମୀର ଆଗମନ, ଲଘୁଚାପ ସୃଷ୍ଟ ସମ୍ଭବନା ; ଆସନ୍ତା କାଲି ଠାରୁ ବର୍ଷା ନେଇ ପୂର୍ବାନୁମାନ
Popular Categories



