www.samajalive.in
Sunday, December 7, 2025
26.1 C
Bhubaneswar

ପିଟିଆଇ ଝାଡ଼ଖଣ୍ଡ ବ୍ୟୁରୋମୁଖ୍ୟଙ୍କ ଅକାଳ ବିୟୋଗ

ରାଞ୍ଚି: ବରିଷ୍ଠ ସାମ୍ବାଦିକ ତଥା ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ(ପିଟିଆଇ)ର ଝାଡ଼ଖଣ୍ଡ ବ୍ୟୁରୋମୁଖ୍ୟ ପି.ଭି. ରାମାନୁଜମ୍‍ ଓରଫ ରାଜୁ(୫୫)ଙ୍କର ଗୁରୁବାର ଅକାଳ ବିୟୋଗ ଘଟିଛି। କଟକ ସହରରେ ଜନ୍ମିତ ରାଜୁ ନିଜ ସହରରେ ଉଚ୍ଚ ଶିକ୍ଷା ଲାଭ କରିବା ପରେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇରେ ଦୀର୍ଘ ୨୫ବର୍ଷରୁ ଊର୍ଦ୍ଧ୍ବ ସମୟଧରି କାର୍ୟ୍ୟ କରିଆସୁଥିଲେ। ପୂର୍ବରୁ ସେ ଦିଲ୍ଲୀ ଏବଂ କଲକାତାରେ କାର୍ୟ୍ୟ କରିବା ପରେ ୨୦୦୨ରେ ଝାଡ଼ଖଣ୍ଡକୁ ବ୍ୟୁରୋମୁଖ୍ୟଭାବେ ବଦଳି ହୋଇ ଆସି ରାଞ୍ଚିରେ କାର୍ୟ୍ୟ କରୁଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ଉପସ୍ଥିତ ଥିଲେ। ତାଙ୍କର ଏକମାତ୍ର ପୁଅ ଭୁବନେଶ୍ୱରରେ ରହି ପାଠ ପଢୁଛନ୍ତି। ରାମାନୁଜମ୍‌ଙ୍କ ବିୟୋଗରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ସହିତ ଭୁବନେଶ୍ୱରର ପୂର୍ବତନ ପିଟିଆଇ ମୁଖ୍ୟ ଶରତଚନ୍ଦ୍ର ଦାସ, ପରେଶ ଦାସ, ‘ସମାଜ’ର କାର୍ୟ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି ପ୍ରମୁଖ ଗଭୀର ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରପ୍ରତି ସମବେଦନା ଜଣାଇଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories