www.samajalive.in
Saturday, December 13, 2025
21.1 C
Bhubaneswar

ଜଷ୍ଟିସ ପ୍ରମଥ ପଟ୍ଟନାୟକ ହେଲେ ରାଜ୍ୟ ରିଏଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ

ଡେସ୍କ: ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ରାଜ୍ୟ ରିଏଲ ଇଷ୍ଟେଟ ନିୟାମକ ପ୍ରାଧିକରଣ ଅଧ୍ୟକ୍ଷ ଭାବେ ଆଜି ଯୋଗ ଦେଇଛନ୍ତି। ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ ସୁବାଷ ଚନ୍ଦ୍ର ପରିଜାଙ୍କ କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି। ସେ ୨୦୧୯ ଫେବୃଆରୀ ୬ରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ।

୧୯୫୯ ମସିହା ଜୁନ ୧୪ରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ପ୍ରମଥ ପଟ୍ଟନାୟକ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷାରେ ସ୍ନାତ୍ତକ ଶିକ୍ଷା ସମାପ୍ତ କରିବା ପରେ ୧୯୮୬ରୁ ଓକିଲାତି ଜୀବନ ଆରମ୍ଭ କରିଥିଲେ। ଜଷ୍ଟିସ ପଟ୍ଟନାୟକ ୨୦୧୪ ସେପ୍ଟେମ୍ବର ଓଡିଶା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ଶପଥ ନେବା ପରେ ଝାଡ଼ଖଣ୍ଡ ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପରେ ସେ ଓଡିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ୨୦୨୧ରେ ଅବସର ଗ୍ରହଣ କରିଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories