www.samajalive.in
Saturday, December 6, 2025
15.1 C
Bhubaneswar

ପୃଥିବୀ ଦିବସ (ଅର୍ଥ ଡେ) ଅବସରରେ ଗୁଗଲର ସ୍ୱତନ୍ତ୍ର ଡୁଡଲ

ନୂଆଦିଲ୍ଲୀ : ସର୍ଚ୍ଚ ଇଞ୍ଜିନ ଗୁଗଲ ପ୍ରତ୍ୟେକ ସ୍ୱତନ୍ତ୍ର ଅବସରରେ ଡୁଡଲ ପ୍ରସ୍ତୁତ କରିଥାଏ। ଗୁଗଲ ଆଜି ଅର୍ଥାତ ୨୨ ଏପ୍ରିଲରେ ପୃଥିବୀ ଦିବସ (ଅର୍ଥ ଡେ)ର ଅବସରରେ ଏକ ବିଶେଷ ଡୁଡଲ ପ୍ରସ୍ତୁତ କରିଛି। ଡୁଡଲ ଉପରେ କ୍ଲିକ୍‍ କରିବା ମାତ୍ରେ ଏକ ଭିଡିଓ ଚାଲୁଛି। ଏଥିରେ ଏକ ସ୍ୱତନ୍ତ୍ର ସନ୍ଦେଶ ମଧ୍ୟ ଦେଉଛି। ଅରଥ ଡେ ୨୦୨୧ ଅବସରରେ ପ୍ରସ୍ତୁତ ଗୁଗଲ ଡୁଡଲରେ ପରିବେଶ ପ୍ରତି ଲୋକଙ୍କୁ ଜାଗୃତ କରିବା ପାଇଁ ପ୍ରୟାସ କରିବା ସହ ବୃକ୍ଷରୋପଣ ଜରିଆରେ ବୃକ୍ଷଲତାର ମହତ୍ତ୍ୱ ବୁଝାଇବାକୁ ଚେଷ୍ଟା କରିଛି।
ପୃଥିବୀ ଦିବସ (ଅର୍ଥ ଡେ)ରେ ପ୍ରସ୍ତୁତ ଗୁଗଲ ଡୁଡଲ ପ୍ରସ୍ତୁତ ଭିଡିଓରେ ଦେଖାଯାଉଛି, ଏକ ମଞ୍ଜିରୁ ସୃଷ୍ଟି ବୃକ୍ଷଟିଏ କିଭଳି ଉଜ୍ଜ୍ୱଳ ଭବିଷ୍ୟ ପ୍ରଦାନ କରିଥାଏ।
ଜାଣନ୍ତୁ କ’ଣ ଅର୍ଥ ଡେ ?
ଆମେରିକା ଲୋକେ ପୃଥିବୀର ପରିବେଶକୁ ରକ୍ଷା କରିବା ପାଇଁ ଆନ୍ଦୋଳନ କରିଥିଲେ। ଏହାପର ଠାରୁ ଲୋକଙ୍କୁ ଜାଗୃତ କରିବା ଉଦ୍ଦେଶ୍ୟରେ ୧୯୭୦ ମସିହା ଏପ୍ରିଲ ୨୨ ତାରିଖରୁ ପ୍ରତ୍ୟେକ ବର୍ଷ ଅର୍ଥ ଡେ ଅର୍ଥାତ ପୃଥିବୀର ଦିବସ ଭାବେ ପାଳନ କରିଥାଆନ୍ତି।
ପୃଥିବୀ ଦିବସ ପାଳନର ଆରମ୍ଭ ଆମେରିକା ସିନେଟର ଗେଲୋର୍ଡ ନେଲସନ (Gaylord Nelson) ପରିବେଶ ପାଇଁ ଶିକ୍ଷାର ପ୍ରସାର ପାଇଁ ଆରମ୍ଭ କରିଥିଲେ।
ପୃଥିବୀ ଦିବସ ଅର୍ଥାତ ଅର୍ଥ ଡେ ଶବ୍ଦକୁ ଲୋକଙ୍କ ମଧ୍ୟରେ ସର୍ବ ପ୍ରଥମେ ଜୁଲିୟନ କୋନିଙ୍ଗ (Julian Koenig) ଆଣିଥିଲେ। ୧୯୬୯ରେ ସେ ସର୍ବପ୍ରଥମେ ଲୋକଙ୍କୁ ଏହି ଶବ୍ଦ ସହ ଅବଗତ କରାଇଥିଲେ। ପରିବେଶ ସଂରକ୍ଷଣ ସହ ଜଡିତ ଏହି ଦିନକୁ ପାଳନ କରିବା ପାଇଁ ସେ ନିଜ ଜନ୍ମଦିନ ୨୨ ଏପ୍ରିଲକୁ ଚୟନ କରିଥିଲେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories