www.samajalive.in
Friday, December 12, 2025
23.1 C
Bhubaneswar

ଜୟା ହୋଟେଲ ଆଖପାଖ ଅଞ୍ଚଳରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର  ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଜୟା ହୋଟେଲ ଠାରୁ ଚାରିପଟକୁ ୧ କିମି ପର୍ଯ୍ୟନ୍ତ ଗତକାଲି ବିଳମ୍ବିତ ରାତ୍ରିରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଜାରି କରାଯାଇଛି। ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା, ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଥାନା ଆଇଆଇସି ବିଜୟ  କେତନ ବେହେରା ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ୧୬୩ ଧାରା ଜାରି କରାଯାଇ ଥିବା ଅଞ୍ଚଳରେ ୪ ଜଣରୁ ଅଧିକ ବ୍ୟକ୍ତି ଏକତ୍ରିତ ନ ହେବା ନିମନ୍ତେ ଘୋଷଣା କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସତ୍ୟବାଦୀ ଥାନା ଆଇଆଇସି କହିଛନ୍ତି।
ହିନ୍ଦୁ ସେନା ତରଫରୁ ଜୟା ହୋଟେଲ ସମ୍ମୁଖରେ ମଟନ ନାମରେ ଗୋମାଂଶ ବିକ୍ରି ଅଭିଯୋଗରେ ବିକ୍ଷୋଭ ପ୍ରଦର୍ଶନ, ସଚେତନତା କାର୍ଯ୍ୟକ୍ରମ, ଏହି ଜଘନ୍ୟ ଓ ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଅପରାଧୀ ମାନଙ୍କୁ ଗିରଫ ଓ ଜୟା ହୋଟେଲକୁ ଭାଙ୍ଗିଦେବା ନିମନ୍ତେ ଦାବୀ କରାଯିବ ଓ ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ଅଭିଯୋଗ କରାଯିବ ବୋଲି ପୂର୍ବରୁ ଘୋଷଣା କରା ଯାଇଥିଲା।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories