www.samajalive.in
Friday, December 12, 2025
27.1 C
Bhubaneswar

୧୫୯.୬୧ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ  ମୁଖ୍ୟମନ୍ତ୍ରୀ 

କେନ୍ଦୁଝରଗଡ:  ଆନନ୍ଦପୁର ଗସ୍ତ ଅବସରରେ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ୬୧ତମ ବାର୍ଷିକ ଉତ୍ସବ ସମାରୋହ ମଞ୍ଚରୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜୁ ସେତୁ ଯୋଜନା ଅଧୀନରେ  ୧୪.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ ଟି ସେତୁ ଏବଂ ମୁଝ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୧୭.୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ଟି ରାସ୍ତା, ମୋଟ ୭.୯୨ କୋଟି ଟଙ୍କାରେ ଓଡ଼ପଡ଼ାସ୍ଥିତ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କର୍ମଚାରୀଙ୍କ ନବନିର୍ମିତ କ୍ୱାର୍ଟରକୁ ଉଦଘାଟନ କରିଛନ୍ତି ।
ସେହିପରି ପ୍ରାୟ ୫୨ କୋଟି ଟଙ୍କାରେ ୩୪.୮୮ କିଲୋମିଟର ବିଶିଷ୍ଟ ନୂତନ ରାସ୍ତା ନିର୍ମାଣ, ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବି.ଏନ ସଂସ୍କୃତ କଲେଜର ସ୍ମାର୍ଟ କ୍ଲାସରୁମ ଓ ପାଠାଗାର ଓ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୫୦ ଅନ୍ତେବାସୀ ରହିବା ଭଳି ଏକ ହଷ୍ଟେଲ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ପ୍ରଦାନ କରିଛନ୍ତି ।
ଏହି ଅବସରରେ  ମୁଖ୍ୟମନ୍ତ୍ରୀ ହଦଗଡ଼ ବନ୍ୟଜନ୍ତୁ ରେଞ୍ଜରେ ଏକ ସୁବିଧା କେନ୍ଦ୍ର ପ୍ରତିଷ୍ଠା,  ପିଏମଶ୍ରୀ ନିୟମାବଳୀ ଅନୁଯାୟୀ ହଦଗଡ଼ ଜବାହାର ନବୋଦୟ ବିଦ୍ୟାଳୟର ଉନ୍ନତିକରଣ ଏବଂ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଓ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଖୁବ ଶୀଘ୍ର ସମାପ୍ତ କରି ଏହାର ସୁଫଳ ଜନସାଧାରଣଙ୍କୁ ଭେଟି ଦିଆଯିବ ବୋଲି ଘୋଷଣା କରିଥିଲେ ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories