www.samajalive.in
Saturday, December 6, 2025
14.1 C
Bhubaneswar

ସ୍ୱଚ୍ଛ ଭାରତ ଯୋଜନାରେ ୬ ଲକ୍ଷ ହରିଲୁଟ୍‌, ଲୋକାୟୁକ୍ତ ନିଜେ କରିବେ ତଦନ୍ତ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାର ଅର୍ଥ ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ରୂପାୟନ ହେଉନାହିଁ। କେଉଁଠାରେ ସରପଞ୍ଚ ଓ ବିଡିଓଙ୍କର ସଲାସୁତୁରା ଏବଂ ଅସାଧୁ କର୍ମଚାରୀଙ୍କ ମେଣ୍ଟ ଯୋଗୁଁ ଯୋଜନା ଅର୍ଥ ବାଟମାରଣା ହେଉଛି ତ ଆଉ କେଉଁଠାରେ ଜାଲ୍‌ କାଗଜପତ୍ରରେ ପାଇଖାନା ଦର୍ଶାଯାଇ ସ୍ୱଚ୍ଛ ଭାରତ ଯୋଜନାକୁ ଅସ୍ୱଚ୍ଛ ବାଟରେ ନିଆଯାଉଛି। ରାଜ୍ୟରେ ସ୍ୱଚ୍ଛ ଭାରତ ମିଶନର ବିଭିନ୍ନ ସ୍ଥାନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ରହିଥିବା ବେଳେ ଏବେ ପୁରୀ ଜିଲା ଗୋପ ବ୍ଲକ ଅଧୀନସ୍ଥ ଛଇତାନା ପଞ୍ଚାୟତରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବା ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି। ତୃଣମୂଳସ୍ତରରେ ପାଇଖାନା ଟଙ୍କାକୁ କିଭଳି ସରକାରୀ ଅଧିକାରୀ ଓ ସରପଞ୍ଚ ମିଳିମିଶି ଆତ୍ମସାତ କରିଛନ୍ତି ତା’ର ଜ୍ୱଳନ୍ତ ଉଦାହରଣ ଗୋପ ବ୍ଲକରେ ଦେଖିବାକୁ ମିଳିଛି। ଏଭଳି ସଙ୍ଗୀନ ଅଭିଯୋଗକୁ ଗ୍ରହଣ କରି ଲୋକାୟୁକ୍ତ ଘଟଣାର ନିଜେ ତଦନ୍ତ ପାଇଁ ଆଗଭର ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ଛଇତାନାର ସନ୍ତୋଷ ମହାନ୍ତି ନାମକ ଜଣେ ବ୍ୟକ୍ତି ତାଙ୍କ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ନେଇ ଲୋକୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ ଯେ ୨୦୧୯ରେ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ଗୋପ ବ୍ଲକର ଛଇତାନା ପଞ୍ଚାୟତରେ ୪୯ଜଣ ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ ନିମନ୍ତେ କାର୍ୟ୍ୟାଦେଶ ପ୍ରଦାନ କରାଯାଇଥିଲା। ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀଙ୍କ ପାଇଖାନା ନିର୍ମାଣ କାର୍ୟ୍ୟ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ହିତାଧିକାରୀ ନିଜେ କରିବେ। ମାତ୍ର ଉକ୍ତ ପଞ୍ଚାୟତରେ ସରପଞ୍ଚ, ସ୍ଥାନୀୟ ବିଡିଓ ମିଳିମିଶି ସେହି ୪୯ଜଣଙ୍କ ନାଁରେ କାଗଜପତ୍ରରେ ପାଇଖାନା ପ୍ରସ୍ତୁତ କରିଛନ୍ତି। ଏଥିଯୋଗୁଁ ୪୯ଟି ପାଇଖାନା ପାଇଁ ସରକାରଙ୍କର ପ୍ରାୟ ୫ଲକ୍ଷ ୮୮ହଜାର ଟଙ୍କା ବାଟମାରଣା ହୋଇଛି। ସବୁଠାରୁ ବଡ଼ କଥା ହେଲା ଉକ୍ତ ଅର୍ଥକୁ ସରପଞ୍ଚଙ୍କ ସୁପାରିସ ଅନୁସାରେ ତାଙ୍କର ଜଣେ ନିକଟ ସର୍ମ୍ପକୀୟଙ୍କ ନାଁରେ ଟଙ୍କା ଉଠାଯାଇଛି। ତେବେ ସରକାରୀ ଅର୍ଥକୁ କିଭଳି ବେଆଇନ ଭାବେ ଜଣେ ସାଧାରଣ ଲୋକର ଆକାଉଣ୍ଟରେ ରଖାଗଲା ବୋଲି ଶ୍ରୀ ମହାନ୍ତି ଲୋକାୟୁକ୍ତଙ୍କ ନିକଟରେ ଯୁକ୍ତି ବାଢ଼ିଛନ୍ତି। ଏହି ଅଭିଯୋଗକୁ ଭିତ୍ତିକରି ଲୋକାୟୁକ୍ତ ଅଧ୍ୟକ୍ଷ ଡ. ଅଜିତ ସିଂ ତାଙ୍କ କାର୍ୟ୍ୟାଳୟର ତଦନ୍ତକାରୀ ନିଦେର୍ଶକଙ୍କୁ ଏହାର ପ୍ରାଥମିକ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ପୂର୍ଣ୍ଣାଙ୍ଗ ତଥ୍ୟ ୬୦ଦିନ ଭିତରେ ଅବଗତ କରାଇବାକୁ ଦର୍ଶାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories