www.samajalive.in
Sunday, December 14, 2025
23.1 C
Bhubaneswar

ଗାନ୍ଧୀ ଜୟନ୍ତୀ ଅବସରରେ ଅହିଂସା, ଶାନ୍ତି ଏବଂ ଜାତି ବିହୀନ ସମାଜର ପରିକଳ୍ପନା

ମୋହନା: ସମାଜସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଫାଦେର ବିମଳ ଚନ୍ଦ୍ର ନାୟକଙ୍କ ତତ୍ବାବଧାନରେ ମୋହନା ହାଇ ସ୍କୁଲ ପଡ଼ିଆ ଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସମସ୍ତ ଧର୍ମ ଗୁରୁ ମାନଙ୍କ ଉପସ୍ଥିତିରେ ସମାଜରେ ଏକ ଅହିଂସା, ଶାନ୍ତି ଏବଂ ଜାତି ବିହୀନ ପରିକଳ୍ପନା ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟତଃ ଖ୍ରୀଷ୍ଟିଆନ ଧର୍ମ ଗୁରୁ ଫାଦେର ମାଲାକିଆସ ବୀର, ହିନ୍ଦୁ ଧର୍ମ ପକ୍ଷରୁ ମଧୁସୂଦନ ପାଢ଼ୀ, ଶିଖ ଧର୍ମ ତରଫରୁ କୁଲଦୀପ ସିଂ, ମୁସଲିମ ଧର୍ମ ପକ୍ଷରୁ ଇବ୍ରାହିମ୍ମ ଖାନ୍ନ, ମର୍ଯ୍ୟ ସମାଜ ଓ ବୌଦ୍ଧ ଧର୍ମ ପକ୍ଷରୁ ମଧ୍ୟ ଅତିଥିମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗଜପତି ଜିଲ୍ଲା ଓ ରାଜ୍ୟରେ ସର୍ବଦା ଶାନ୍ତି, ଅହିଂସା ଓ ଭାଇଚାରର ସମ୍ପର୍କ ନେଇ ସମସ୍ତେ ମିଳିମିଶି ଚଳିବା। ଏହି ପରିପ୍ରେକ୍ଷୀରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଡିଓଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନର ନିର୍ଦେଶକ, ବୁଦ୍ଧିଜୀବୀଙ୍କ ସମେତ ଅଞ୍ଚଳବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଶାନ୍ତି ପ୍ରକଳ୍ପର ସଂଯୋଜକ ନରେଶ କୁମାର ରଣଜିତ ପରିଚାଳନା କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories