www.samajalive.in
Saturday, December 6, 2025
15.1 C
Bhubaneswar

ସ୍ବାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ଭୁରିଭୁରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ୭୪ତମ ସ୍ୱତନ୍ତ୍ରତା ଦିବସ। ଏହି ଶୁଭ ଅବସରରେ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯାଇଛି। ପତାକା ଉତ୍ତୋଳନ ସହ ମୁଖ୍ୟମନ୍ତ୍ରୀ ଉଦବୋଧନ ମଧ୍ୟ ଦେଇଛନ୍ତି। ଓଡ଼ିଶାର ବୀରପୁତ୍ରମାନଙ୍କୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ବୀର ଯବାନମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କରୋନା ମୁକାବିଲା ପାଇଁ ସାହସର ସହ କାମ କରିବାକୁ ଆହ୍ୱାନ ଦେଇଛନ୍ତି। କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲାରେ କୋଭିଡ଼ ହସ୍ପିଟାଲ ହୋଇଛି। କେହି ମଧ୍ୟ ଟଙ୍କା ଅଭାବରୁ କରୋନା ଚିିକିତ୍ସାରୁ ବଂଚିତ ହେବେ ନାହିଁ। କରୋନା ଯୋଦ୍ଧାଙ୍କ ସେବାର ତୁଳନା ନାହିଁ। କରୋନା ଯୋଦ୍ଧାଙ୍କ ପାଇଁ ସାରା ଦେଶରେ ଅପେକ୍ଷା ଆମର ମୃତ୍ୟୁ ହାର କମ ରହିଛି। ରାଜ୍ୟରେ ପ୍ଲାଜମା ଥେରାପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ହୋଇଛି। କେବଳ ଭାରତ ନୁହେଁ ସାରା ବିଶ୍ୱ ପାଇଁ ସଙ୍କଟ ଆଣିଛି କରୋନା। ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ସେବା ପ୍ରଭାବିତ ହୋଇଛି। ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି। ଭ୍ୟାକ୍ସିନ ଆସି ସାରିଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ। କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାମ କରିବାକୁ ପଡ଼ିବ। ମୋର ବିଶ୍ୱାସ କରୋନା ଶୀଘ୍ର ଦୂର ହେବ , ପୁଣି ସ୍କୁଲରେ ଘଂଟା ବାଜିବ। କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଓଡ଼ିଶାକୁ ୧୨ ହଜାର କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି।ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜି ନିବେଶରେ ନମ୍ବର -୧। ୨୦୧୯-୨୦ରେ ଦେଶରେ କୃଷି ଅଭିବୃଦ୍ଧି ୨.୮% ରାଜ୍ୟରେ ୭.୬୧%। ଏହାସହ ମୁଖ୍ୟମନ୍ତ୍ରୀ କରୋନାରେ ସହିଦ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଇଛନ୍ତି ଓ କହିଛନ୍ତି ମୋର ବିଶ୍ୱାସ କରୋନା ଶୀଘ୍ର ଦେଶରୁ ଦୂର ହୋଇପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories