ସକାଳ ୯ଟା ମୁଖ୍ୟ ଖବର

– ଆମେରିକା ଟେକ୍ସାସର ଏକ ମଲ୍‌ରେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ରେ ୯ ଗୁରୁତର, ପୁଲିସ ଗୁଳିରେ ଦୁର୍ବୃତ୍ତ ମୃତ
– ଆଜି ଝାରସୁଗୁଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
– ଆଜି ଦେଶର ୪୯୯ଟି ସହରରେ ନିଟ୍‌-ସ୍ନାତକ ପରୀକ୍ଷା, ପରୀକ୍ଷା ଦେବେ ୨୦ ଲକ୍ଷ ୫୯ ହଜାର ୬ ଜଣ
– ଅପରାହ୍ଣ ୨ଟାରୁ – ୫ଟା ୨୦ ଯାଏଁ ହେବ ନିଟ୍‌-ସ୍ନାତକ ପରୀକ୍ଷା
– ରାଜ୍ୟର ୨୭ଟି ସହରରେ ୧୨୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫୬ ହଜାର ୯୮୯ ଛାତ୍ରଛାତ୍ରୀ
– ରାଜ୍ୟରେ ପ୍ରଥମଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନରେ ସମସ୍ତ ବୁଥରୁ ୱେବ୍‌କାଷ୍ଟିଂ କରାଯିବ
– ଆସନ୍ତା ୮ରୁ ୧୫ ତାରିଖ ଯାଏଁ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓଜେଇଇ
– ତିନିଟି ସିଫ୍ଟରେ ପରୀକ୍ଷା ଦେବେ ୫୫ ହଜାର ୯୭୯ ଛାତ୍ରଛାତ୍ରୀ
– ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ମେ’ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା
– ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି, ୧୫୦ରୁ ଅଧିକ ଆହତ
– ସ୍ମାର୍ଟ ସିଟି ଅବଧି ୨୦୨୪ ଜୁନ୍‌ ୩୦ ଯାଏଁ ବୃଦ୍ଧି
– ଆଇପିଏଲ – ମୁମ୍ବଇ ଇଣ୍ଡିଆନ୍‌ସକୁ ୬ ୱିକେଟରେ ପରାସ୍ତ କଲା ଚେନ୍ନଇ ସୁପର କିଙ୍ଗ୍‌ସ
– ଦିଲ୍ଲୀ କ୍ୟାପିଟାଲ୍‌ସକୁ ୭ ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
– ଆଇପିଏଲ: ଆଜି ରାଜସ୍ଥାନ ରୟାଲ୍‌ସ – ସନରାଇଜର୍ସ ହାଇଦରାବାଦ୍‌ ଓ ଗୁଜରାଟ ଟାଇଟାନ୍‌ସ – ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ମୁକାବିଲା
– ଅନୁଗୁଳ ବନ୍ତଳା ବନାଞ୍ଚଳ ତଳଗଡ଼ରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମହିଳା ମୃତ

Comments are closed.