– ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା। ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି।
– ଭାରତରେ ଆଇନଗତ ସୁରକ୍ଷା ହରାଇଲା ଟ୍ବିଟର। ଭାରତରେ ବୈଧାନିକ ଅଧିକାରୀ ନିଯୁକ୍ତି ଦେଇପାରିଲାନି ଟ୍ବିଟର
– ରାଜ୍ୟରେ ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ, ସମସ୍ତ ୩୦ଟି ଜିଲାକୁ ଦୁଇଟି କ୍ୟାଟାଗରି କରି ତାଲାବନ୍ଦ ଲାଗୁ
–ଏ କ୍ୟାଟାଗରୀରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲା। ବି କ୍ୟାଟାଗରୀରେ ରାଜ୍ୟର ବାକି ୩୦ଟି ଜିଲାକୁ ରଖାଯାଇଛି।
– ସମସ୍ତ ଜିଲାରେ ତାଲାବନ୍ଦ ଆଂଶିକ ଭାବେ ୧୪ ଦିନ ପାଇଁ କୋହଳ ଘୋଷଣା ; ଜୁଲାଇ ୧ ସକାଳ ୫ଟା ଯାଏଁ ଏହି ତାଲାବନ୍ଦ ଲାଗୁ
–ଏ କ୍ୟାଟାଗରୀରେ ସକାଳ ୬ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲା। ଏ କ୍ୟାଟାଗରୀରେ କେବଳ ଅତ୍ୟାବଶ୍ୟକ ସାମାଗ୍ରୀ ଦୋକାନ ଖୋଲିବ
–ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲାରେ ସକାଳ ୬ଟାରୁ ୫ଟା ଯାଏଁ ଦୋକାନ ଖୋଲା ରହିବ, ମଲ୍, ଜିମ,ସେଲୁନ,ସ୍ପା ଆଦି ପୂର୍ବପରି ବନ୍ଦ ରହିବ
–ବି କ୍ୟାଟାଗରୀରେ ସକାଳ ୬ରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲା
–ଖୋର୍ଦ୍ଧା, ନୟାଗଡ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କଟକ, ପୁରୀ, ବାଲେଶ୍ୱର ଜିଲାରେ ସକାଳ ୬ ରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ; ଏଠାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ
–ଉଠା ଦୋକାନୀ ରାସ୍ତାକଡ଼ରେ ଖାଦ୍ୟ ଜିନିଷ ବିକ୍ରି କରିପାରିବେ
–ପୂର୍ବଭଳି ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ସମସ୍ତ ଜିଲାରେ ବଳବତ୍ତର ରହିବ
–ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିପାରିବ।
–ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ
–ସିନେମା ହଲ, ସେଲୁନ, ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ।
–ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ, କେବଳ ନୀତିକାନ୍ତି ଚାଲିବ
–ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ବସ ଚଳାଚଳ ମଧ୍ୟ ବନ୍ଦ ରହିବ
–ଯାତ୍ରା ଓ ଆଉଟଡୋର ସୁଟିଂ ବନ୍ଦ ରହିବ
–ସକାଳ ୬ରୁ୯ଟା ପର୍ଯ୍ୟନ୍ତ ରାଜ୍ୟରେ ମର୍ଣ୍ଣିଂ ୱାକ ପାଇଁ ଅନୁମତି
–ଦେଶରେ ଚାଲିଥିବା ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ ୨୬ କୋଟି ୧୯ଲକ୍ଷରୁ ଅଧିକ ଟିକା ଦିଆଯାଇଛି
–ଆଜି ରାଜ୍ୟରେ ସୁସ୍ଥ ହେଲେ ୫୫୭୯ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୮୧୭୩୫୯କୁ ବୃଦ୍ଧି
–ରଜର ଶେଷ ଦିନ : ବସୁମତୀ ସ୍ନାନ
–ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯
–ରାଜ୍ୟରେ ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ
–ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ; ୫ ମାଓବାଦୀ ମୃତ
–ଦେଶରେ ୨୪ ଘଣ୍ଟାରେ ଆଉ ୬୨ ହଜାର ୨୨୪ ନୂଆ କରୋନା ସଂକ୍ରମିତ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୬,୩୩,୧୦୫କୁ ବୃଦ୍ଧି
– ୨ ହଜାର ୫୪୨ ଆକ୍ରାନ୍ତଙ୍କ ମୃତ୍ୟୁ,ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯,୫୭୩
–ଦିନକରେ ୧,୦୭, ୬୨୮ ଆକ୍ରାନ୍ତ ସୁସ୍ଥ,ମୋଟ ୨,୮୩,୮୮,୧୦୦ ସୁସ୍ଥ; ୮,୬୫,୪୩୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ
–୮୦ ଜଣଙ୍କୁ ମାରିବା ପରେ ଧରାପଡିଲା ଓସାମା ବିନ୍ ଲାଡେନ ; ସେ କୁଖ୍ୟାତ ଆତଙ୍କି ନୁହେଁ, ଏକ ଭୟାନକ କୁମ୍ଭୀର
–ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ ; ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ୧୦ ଲକ୍ଷ ପୁରସ୍କାର
–ଟିକା ନେଇସାରି ଅଧଘଣ୍ଟାଏ ବସ ; କୋଭିଡ କାର୍ୟ୍ୟାନ୍ୱୟନ ଦଳର ମୁଖ୍ୟଙ୍କ ପରାମର୍ଶ
–କୋଲ୍ ଇଣ୍ଡିଆ ସରକାରଙ୍କୁ ୧୪୨୬ କୋଟି ଟଙ୍କା ଲାଭାଂଶ ଦେବ
–ଗୋଟିଏ ଦିନରେ ସର୍ବାଧିକ ୨୮ଟି ଚାଇନା ସାମରିକ ବିମାନ ତାଇୱାନ ସୀମା ଲଂଘିଲା
–ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ ;ଯୁଦ୍ଧ ବିରତି ଘୋଷଣା ପରବର୍ତ୍ତୀ ସମୟରେ ପ୍ରଥମ କ୍ଷେପଣାସ୍ତ୍ର ମାଡ
–୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ
–କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟ: ପାରାଗୁଏ ବିଜୟୀ, ଆର୍ଜେଣ୍ଟିନା-ଚିଲି ମୁକାବିଲା ୧-୧ରେ ଶେଷ



