www.samajalive.in
Friday, December 12, 2025
17.1 C
Bhubaneswar

ରାତି ୧୦ଟା – ମୁଖ୍ୟ ଖବର

୧. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ୧୮ ବର୍ଷରୁ ଊର୍ଦ୍ଧ୍ବ ଦେଶର ସବୁ ନାଗରିକମାନଙ୍କ ପାଇଁ ଆସନ୍ତା ୨୧ ତାରିଖରୁ ଭାରତ ସରକାର ରାଜ୍ୟମାନଙ୍କୁ ମାଗଣା ଟିକା ଯୋଗାଇଦେବେ
୨. ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ରାଜ୍ୟ ସରକାର ଟିକା କିଣିବା ବାବଦରେ ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ। ଦେଶର ସମସ୍ତଙ୍କୁ ମାଗଣାରେ କେନ୍ଦ୍ର ସରକାର ଟିକା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି
୩. ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା କର୍ଫ୍ୟୁ କୋହଳ କରାଯିବାର ଅର୍ଥ ନୁହେଁ କୋଭିଡ୍ ମହାମାରୀ ଚାଲିଗଲା, ତେଣୁ ଲୋକମାନେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଜାରି ରଖନ୍ତୁ
୪. ଏବେ ଦେଶରେ ୭ଟି କମ୍ପାନୀ ଟିକା ତିଆରିରେ ଲାଗିଛନ୍ତି ଏବଂ ତିନୋଟି ଟିକା ଉପରେ ଏବେ ପରୀକ୍ଷା ଚାଲିଛି
୫. ଶ୍ରୀ ମୋଦି କହିଛନ୍ତି, ନାକରେ ଟିକା ନେବା ପାଇଁ ଏବେ ଗବେଷଣା ଜାରି ଅଛି ଏବଂଶିଶୁମାନଙ୍କୁ ଟିକାକରଣ କ୍ଷେତ୍ରରେ ସୁରକ୍ଷା ନିଶ୍ଚିତ କରିବାକୁ ବର୍ତ୍ତମାନ ପରୀକ୍ଷଣ କରାଯାଉଛି
୬. ଦେଶରେ ଆଜି ୧ ଲକ୍ଷ ୬୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ଓ ୨ ହଜାର ୪୨୭ ମୃତ
୭. ଆଜି ଦେଶରେ କରୋନାରୁ ୧ ଲକ୍ଷ ୭୪ ହଜାର ୩୯୯ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ହାର ୯୩.୯୪ ପ୍ରତିଶତକୁ ବୃଦ୍ଧି ପାଇଛି
୮. ଟିକାକରଣ ଅଭିଯାନ ଅଧୀନରେ ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଜଣଙ୍କୁ ଟୀକାକରଣ କରାଯାଇଛି, ଆଜି ଟୀକା ନେଇଛନ୍ତି ୧୩ ଲକ୍ଷ ୯୦ ହଜାର ୯୧୬ ଜଣ
୯. ରାଜ୍ୟରେ ଟୀକା ନେଲେଣି ୮୪ ଲକ୍ଷ ୫୮ ହଜାର ୨୫୮, ଆଜି ଗୋଟିଏ ଦିନରେ ନେଇଛନ୍ତି ୧ ଲକ୍ଷ ୫୯ ହଜାର ୯୦୮ ଜଣ
୧୦. କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏପର୍ଯ୍ୟନ୍ତ ୨୪ କୋଟି ୬୦ଲକ୍ଷ ଟିକା ଯୋଗାଇ ଦେଇଥିବା ବେଳେ ଏବେ ୧ କୋଟି ୪୯ ଲକ୍ଷ ଟିକା ଉପଲବ୍ଧ ରହିଛି
୧୧. ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୦୦ କୋଟି ଡୋଜ୍ ଟିକା ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି
୧୨. କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ପାଇଁ ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ କାର୍ଡ UDIDକୁ ଫଟୋ ପରିଚୟ ଭାବେ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି
୧୩. କୋର୍ଟ ଭିତରେ ଶୁଣାଣି ପ୍ରକ୍ରିୟାର ରେକର୍ଡିଂ ଓ ଲାଇଭ୍ ଷ୍ଟ୍ରିମିଂ ପାଇଁ ସୁପ୍ରିମକୋର୍ଟ ଇ-କମିଟି ପକ୍ଷରୁ ଚିଠା ଢାଞ୍ଚା ନିୟମ ଜାରି
୧୪. ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଅଲମ୍ପିକ୍ କ୍ରୀଡ଼ା ପାଇଁ ଭାରତର ୫୬ ଜଣ ପୁରୁଷ ଓ ୪୪ ଜଣ ମହିଳା ପ୍ରତିଯୋଗୀ ୧୪ଟି ବିଭାଗ ସକାଶେ ଯୋଗ୍ୟ ବିବେଚିତ ହେବ ପରେ ଅଭ୍ୟାସ କାର୍ଯ୍ୟରେ ଲାଗି ପଡିଛନ୍ତି
୧୫. ଟିକାକରଣକୁ ଏକ ମିଶନ ଭାବେ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କହିଲେ, ପ୍ରତିଟି ଜୀବନ ମୂଲ୍ୟବାନ, ଟିକାକରଣ ନହେଲେ କେହି ବିପଦମୁକ୍ତ ନୁହଁନ୍ତି
୧୬. ଏକାମ୍ର କ୍ଷେତ୍ର ଉନ୍ନତି ପ୍ରକଳ୍ପ ପାଇଁ ଗଠନ ହେଲା ପ୍ରକଳ୍ପ ଉପଦେଷ୍ଟା କମିଟି, ଡକ୍ଟର ସନ୍ତୃପ୍ତ ମିଶ୍ର କମିଟି ଅଧ୍ୟକ୍ଷ ମନୋନୀତ
୧୭. ସ୍ୟାଟ ଉଚ୍ଛେଦକୁ ବିରୋଧ କରି ହାଇକୋର୍ଟରେ ରୁଜୁ ସମସ୍ତ ମାମଲାକୁ ଖାରଜ କଲେ କୋର୍ଟ
୧୮. ସେପ୍ଟେମ୍ବର ୧୯-ରୁ ଖେଳାଯିବ ଆଇପିଏଲ-୧୪ର ବଳକା ମ୍ୟାଚ୍, ଅକ୍ଟୋବର ୧୫ରେ ହେବ ଫାଇନାଲ ମ୍ୟାଚ୍
୧୯. ରାଜ୍ୟରେ ଆଜି ୬ ହଜାର ୧୧୮ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୪୧ ମୃତ ଓ ୮ ହଜାର ୪୨୯ ସୁସ୍ଥ
୨୦. କରୋନା ସଂକ୍ରମିତ କିମ୍ବା ଗୁରୁତର ରୋଗୀଙ୍କ ପାଇଁ ବ୍ରହ୍ମପୁର, କଟକ, ସମ୍ବଲପୁର, ଭୁବନେଶ୍ବର ଓ ରାଉରକେଲାରେ ଆରମ୍ଭ ହେଲା ଘରକୁ ଅମ୍ଳଜାନ ସେବା
୨୧. କରୋନାର ସମ୍ଭାବ୍ୟ ୩ୟ ଲହର ପୂର୍ବରୁ କୋଭିଡ୍ ସମ୍ବନ୍ଧୀୟ ସଠିକ୍ ତଥ୍ୟ ପହଞ୍ଚାଇ ଲୋକଙ୍କୁ ସଚେତନ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହେଲା ‘ଟିକି ମାଉସୀ କହେ’ ଅଭିଯାନ

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories