www.samajalive.in
Thursday, December 11, 2025
14.1 C
Bhubaneswar

ଚାଷୀଙ୍କ ଉନ୍ନତି ପାଇଁ ମୂଲ୍ୟାୟନ ଜିଲାସ୍ତରରେ ନୀତି ନିର୍ଦ୍ଧାରଣ କରାଯାଉ: ବିଜେପି କୃଷକ ମୋର୍ଚ୍ଚା

ବୌଦ୍ଧ: ବୌଦ୍ଧଜିଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୫ ଦଫା ଦାବିପତ୍ର ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଚାଷୀମାନଙ୍କ ସର୍ବାଧିକ ଉନ୍ନତି ପାଇଁ ମୂଲ୍ୟାୟନ ଭୁବନେଶ୍ୱରରେ ନହୋଇ ଜିଲାସ୍ତରରେ ସବୁ ନିତି ନିର୍ଦ୍ଧାରଣ କରାଯିବା, ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ଧାନ ବିକ୍ରୟ କରିବାପାଇଁ ଅନୁମତି ପ୍ରଦାନ କରିବା,ଧାନମଣ୍ଡି ଗୁଡିକରେ ମିଲରମାନଙ୍କ ଦ୍ୱାରା କରାଯାଉଥିବା କଟନୀ ଛଟନୀ ସଂପୁର୍ଣ୍ଣ ବନ୍ଦ କରିବା ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୮୬୮ ଟଙ୍କା ଚାଷୀମାନଙ୍କୁ ଦେବାର ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି। ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ କୃଷକ ମୋର୍ଚ୍ଚ ଜିଲା ସଭାପତି ରବିନ୍ଦ୍ର କୁମାର ଦେଓ,ଜିଲା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ,ପ୍ରଭୁଦତ୍ତ ଦଲାଲ,ଶ୍ୟାମସୁନ୍ଦର ପୁରୋହିତ,ମନୋରଞ୍ଜନ ଦା, ପ୍ରେମାନନ୍ଦ ମିଶ୍ର ଓ ବରିଷ୍ଠ ଚାଷୀନେତା ବୈକୁଣ୍ଠ ପ୍ରଧାନ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଦାବିପତ୍ର ପ୍ରଦାନ କରିଥିଲେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories