www.samajalive.in
Saturday, December 13, 2025
15.1 C
Bhubaneswar

କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ସବ୍ୟସାଚୀ, ଜିଲାପାଳଙ୍କ ସହଯୋଗରେ ପଠାଇଲେ ଭୁବନେଶ୍ବର

କୋରାପୁଟ:କରୋନା କାଳରେ କୋରାପୁଟର ଜଣେ କରୋନା ଆକ୍ରାନ୍ତ ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ଅଭିନେତା ସବ୍ୟସାଚୀ ମିଶ୍ର। କରୋନା ମହାମାରୀର ପ୍ରଥମ ଲହର ସମୟରୁ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରାନ୍ତରୁ ପ୍ରବାସୀଙ୍କୁ ଭିଟାମାଟିକୁ ଫେରାଇ ଆଣିବା, ଅସହାୟକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା, କୋରାପୁଟର କୋଇଲି କୁହାଯାଉଥିବା ନମିତା ମେଲେକାଙ୍କୁ ସହାୟତା ପ୍ରଦାନ ସାଙ୍ଗକୁ ବିଭିନ୍ନ ସମୟରେ ଅସହାୟଙ୍କୁ ସହାୟତା ଦେଇ ଚର୍ଚ୍ଚାରେ ରହି ଆସିଥିବା ସବ୍ୟସାଚୀ ପୁଣିଥରେ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଅଞ୍ଚଳର ଜଣେ ଗର୍ଭବତୀଙ୍କ ପାଇଁ ମହାନତା ଦେଖାଇଛନ୍ତି।
ସୂଚନା ଅନୁସାରେ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ବିଶ୍ବକଲ୍ୟାଣୀ ସାମଲ ନାମକ ଜଣେ ୭ମାସର ଗର୍ଭବତୀ ଥିବା ମହିଳା ଭର୍ତ୍ତି ହୋଇଥିଲେ। ସେ କରୋନା ଆକ୍ରାନ୍ତ ଥିବାବେଳେ ତାଙ୍କର ଅମ୍ଲଜାନସ୍ତର କମି କମି ଯାଉଥିଲା। ମା’ ଓ ଛୁଆ ପ୍ରତି ବିପଦ ରହିଥିବାରୁ ମହିଳାଙ୍କ ଭାଇ ଏ ନେଇ ସାମାଜିକ ଗଣମାଧ୍ୟମ ଟ୍ବିଟର ଯୋଗେ ସବ୍ୟସାଚୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବ୍ୟସାଚୀ ତୁରନ୍ତ ଉକ୍ତ ମହିଳାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭୁବନେଶ୍ବରରେ କିଛି ସ୍ବେଚ୍ଛାସେବୀ ଓ ଡାକ୍ତରଙ୍କ ସହାୟତାରେ ସେ କୋରାପୁଟରେ ଉକ୍ତ ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଓ ପରିବାରର ନିବେଦନ ଦୃଷ୍ଟିରୁ ସବ୍ୟସାଚୀ ତାଙ୍କୁ ଭୁବନେଶ୍ବର ପଠାଇଦେବା ପାଇଁ ନିବେଦନ କରିଥିଲେ।

 

- Advertisement -

ଉକ୍ତ ପରିବାରର ନିବେଦନକ୍ରମେ ଜିଲା ପ୍ରଶାସନ ପକ୍ଷରୁ ଏକ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ଯୋଗେ ଗତକାଲି ରାତିରେ ମହିଳାଙ୍କୁ ଭୁବନେଶ୍ବର ପଠାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ା ସବ୍ୟସାଚୀ ମହିଳାଜଣକ ଭୁବନେଶ୍ବରରେ ପହଞ୍ଚିବା ପର୍ଯ୍ୟନ୍ତ ଗୁଗୁଲ ମ୍ୟାପରେ ଆମ୍ବୁଲାନ୍ସର ଗତିବିଧି ନିରୀକ୍ଷଣ କରିବା ସହ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ବୁଝି ବାଟରେ ଦୁଇଟି ସ୍ଥାନରେ ଆଗୁଆ ଅମ୍ଲଜାନ ସଂରକ୍ଷିତ ରଖାଯିବାର ବ୍ୟବସ୍ଥା କରାଇଥିଲେ। ଏପରିକି ଆମ୍ବୁଲାନ୍ସରେ ମହିଳାଙ୍କୁ ଅଣାଯାଉଥିବାବେଳେ ଭୁବନେଶ୍ବରରେ ଥିବା ନିଜର ସ୍ମାଇଲ ଫୋର୍ସର ସ୍ବେଚ୍ଛାସେବୀ ବାସୁଦେବ, ଡଃ ଅମ୍ରିତ ପାଟ୍ଟଯୋଶୀ, ଆମେରିକାର ଡାକ୍ତର ଦେବାଶିଷ ରାୟ ଏବଂ ଡାକ୍ତର ଶୁଭେନ୍ଦୁ ମିଶ୍ର ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ରୀତିମତ ଅନୁଧ୍ୟାନ କରୁଥିଲେ। ପ୍ରାୟ ୭ରୁ ୮ଘଣ୍ଟା ମଧ୍ୟରେ ଭୁବନେଶ୍ବରସ୍ଥିତ ଆମ୍ରି ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ଶରତଚନ୍ଦ୍ର ବେହେରା ଓ ଓମପ୍ରତୀକ ସାହୁ ତାଙ୍କର ଚିକିତ୍ସା କରୁଥିବାବେଳେ ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସବ୍ୟସାଚୀ ସୂଚନା ଦେଇଛନ୍ତି। ମହିଳାଙ୍କ ସ୍ଥାନାନ୍ତର ପ୍ରକ୍ରିୟା ଓ ସୁରୁଖୁରୁରେ ଭୁବନେଶ୍ବର ପହଞ୍ଚାଇବାରେ ସମସ୍ତଙ୍କ ଭୂମିକାକୁ ସେ ପ୍ରଶଂସା କରିବା ସହ ଜିଲାପାଳଙ୍କୁ ଠିକ୍ ସମୟରେ ଜୀବନରକ୍ଷାକାରୀ ଆମ୍ବୁଲାନ୍ସ ବ୍ୟବସ୍ଥା କରାଇଥିବା ଯୋଗୁଁ କୃତଜ୍ଞତା ଅର୍ପଣ କରିଛନ୍ତି। ଅନ୍ୟପକ୍ଷରେ ଏ​‌ ନେଇ କୋରାପୁଟ ଜିଲା ଅବ୍ଦାଲ ଏମ. ଅଖତରଙ୍କ ପ୍ରତିକ୍ରିୟା ହେଲା ଉକ୍ତ ପରିବାରର ନିବେଦନକ୍ରମେ ଆମ୍ବୁଲାନ୍ସ ପ୍ରଦାନ କରାଯାଇଥିଲା। ଯେଉଁ ପରିବାର ଜିଲା ପ୍ରଶାସନକୁ ରୋଗୀ ସ୍ଥାନାନ୍ତର ନେଇ ନିବେଦନ କରୁଛନ୍ତି ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories