୧. ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ଆଜି ରାଜ୍ୟ ସରକାର ମୂଲ୍ୟାୟନ ପଦ୍ଧତି ନିର୍ଦ୍ଧାରଣ ଲାଗି ଗଠନ କଲେ ୧୪ ସଦସ୍ୟ ବିଶିଷ୍ଟ ଏକ୍ସପର୍ଟ କମିଟି, ୧୦ ଦିନ ଭିତରେ କମିଟି ଦେବ ରିପୋର୍ଟ
୨. କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇ ବି ପରବର୍ତ୍ତୀ ସମୟରେ କରୋନାରେ ସଂକ୍ରମିତ ହୋଇଥିବା କୌଣସି ରୋଗୀଙ୍କର ଦେଶରେ ମୃତ୍ୟୁ ହୋଇନାହିଁ ବୋଲି ଦାବି କରିଛି ଦିଲ୍ଲୀ ଏମ୍ସ
୩. ବିଏମସି କମିଶନରଙ୍କ ସୂଚନା, ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା, ୧୯୨୯କୁ ଫୋନ୍ କରି ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ
୪. ରାଜ୍ୟକୁ କରୋନା ପ୍ରତିଷେଧକ ଟିକା ଯୋଗାଣ ପାଇଁ ଟେଣ୍ଡର ପକାଇଥିବା୨ଟି କମ୍ପାନୀର କାଗଜପତ୍ର ଯାଞ୍ଚ କରୁଛନ୍ତି ରାଜ୍ୟ ସରକାର
୫. ଜୁନ୍ ୭ରୁ ଚାଲିବ ଦିଲ୍ଲୀ ମେଟ୍ରୋ, ୫୦% ଯାତ୍ରୀଙ୍କୁ ମିଳିବ ଅନୁମତି
୬. ନୀତି ଆୟୋଗ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅପରାଜିତା ଷଡଙ୍ଗୀ, ୧୬ରୁ ୧୧କୁ ଖସିଛି ଓଡିଶା
୭. ବିଶିଷ୍ଟ ଗାନ୍ଧୀବାଦୀ ଶିକ୍ଷକ ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ
୮. କରୋନାରେ ସମାଜ କାର୍ଯ୍ୟାଳୟର ଆଇଟି ବିଭାଗରେ କାର୍ଯ୍ୟରତ ପିନାକ୍ ମିଶ୍ରଙ୍କ ପରଲୋକ
୯. ରାଜ୍ୟରେ ଆଜି ୭୩୯୫ କରୋନା ଆକ୍ରାନ୍ତ ଚିହ୍ନଟ, ୪୦ ମୃତ ଓ ୭,୬୨୬ ସୁସ୍ଥ
୧୦. ଦେଶରେ ଆଜି ୧,୨୦,୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩,୩୮୦ ମୃତ ଓ ୧,୯୭,୮୯୪ ସୁସ୍ଥ
ରାତି ୧୦ଟା – ମୁଖ୍ୟ ଖବର
Popular Categories



