ରାତି ୮ଟା-ମୁଖ୍ୟ ଖବର
–ଆଜି ରାଜ୍ୟରେ ସୁସ୍ଥ ହେଲେ ୧୧୯୫୪ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୬୪୭୧୩୩କୁ ବୃଦ୍ଧି
–ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୀକ୍ଷାରେ ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହିଁଲା ଓଡ଼ିଶା। ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ଦାବି କଲେ ମୁଖ୍ୟମନ୍ତ୍ରୀ।
–ବିଶେଷ କରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଓ ଉନ୍ନତ ଟେକ୍ନୋଲୋଜି ଏବଂ ଅଣ୍ଡରଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି। ସାମୁଦ୍ରିକ ଜୁଆର ୭/୮ମିଟର ପର୍ଯ୍ୟନ୍ତ ଉଠୁଥିବାରୁ ତା’ର ପ୍ରତିକାର ପାଇଁ ଉପକୂଳ ସୁରକ୍ଷା ପାଇଁ ଦୀର୍ଘକାଳୀନ ବ୍ୟବସ୍ଥା କରାଯାଉ
–ଓଡ଼ିଶାକୁ ୫୦୦କୋଟି ଟଙ୍କାର ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
–ବାତ୍ୟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା
–ବାତ୍ୟାରେ ଗୁରୁତର ଆହତଙ୍କ ଲାଗି ୫୦ହଜାର ଟଙ୍କାର ସହାୟତା ଘୋଷଣା
–କ୍ଷୟକ୍ଷତି ଆକଳନ ଲାଗି ଆସିବ କେନ୍ଦ୍ରୀୟ ଟିମ। ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟକୁ ଆସିବ ଆନ୍ତଃମନ୍ତ୍ରାଳୟ ଟିମ
–ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
–ବାତ୍ୟା ‘ୟସ’ର ମୁକାବିଲା ଲାଗି ଓଡ଼ିଶାକୁ ୫୦୦ କୋଟି ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ : ଧର୍ମେନ୍ଦ୍ର ପ୍ରଧାନ
–ବାତ୍ୟା ଲାଗି ୫୦୦କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା
–ମମତାଙ୍କ ନାଟକ : ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପାଇଁ ଯାଇ ଅଧଘଣ୍ଟା ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ
–ଅନ୍ୟ ସ୍ଥାନରେ ମିଟିଂ ଥିବା କହି ବାତ୍ୟା ସମ୍ପର୍କିତ କାଗଜପତ୍ର ଦେଇ ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
–ୟସ ପ୍ରଭାବରେ ଫୁଲୁଛି ସୁବର୍ଣ୍ଣରେଖା । ବାଲେଶ୍ବରର ୩ ବ୍ଲକ ପ୍ରଭାବିତ ହେବା ଆଶଙ୍କା। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଲେ ବିପଦ
–ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ କହିଛନ୍ତି ଯେ ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା। ସନ୍ଧ୍ୟାରେ ରାଜଘାଟ ନିକଟେର ପହଞ୍ଚିଛି ବନ୍ୟାଜଳ। କାଣି ଲେଫ୍ଟରେ ସୃଷ୍ଟି ଘାଇର ମରାମତି ଚାଲିଛି।
–ଫେରିଗଲା ବାତ୍ୟା, ଛାଡ଼ିଗଲା କ୍ଷତ ଚିହ୍ନ। ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲାରେ ସ୍ପଷ୍ଟ ହେଉଛି କ୍ଷୟକ୍ଷତିର ଚିତ୍ର।
–ଉପୁଡ଼ା ଗଛ, ଉଜୁଡ଼ା ଚାଳ ଓ ଲୁଣାପାଣି ଭିତରେ ପ୍ରଭାବିତଙ୍କ ଜୀବନ ସଂଘର୍ଷ। ରିଲିଫ ଓ ଥଇଥାନକୁ ନେଇ ତେଜୁଛି ଅସନ୍ତୋଷ।
–ବାଲେଶ୍ବର ଜିଲାରେ ବାତ୍ୟା ୟସ ପରର ଦୃଶ୍ୟ। ବନ୍ୟା ଜଳରେ ଭାଙ୍ଗି ଯାଇଛି ଅନେକ ଘର। ଘର ସଜାଡ଼ିବା ପାଇଁ ଲାଗି ପଡ଼ିଛନ୍ତି ଲୋକେ।
–ଯାଜପୁର: ବଢ଼ିଲା ବୈତରଣୀ ଜଳସ୍ତର, ଯାଜପୁର ଜିଲାରେ ବନ୍ୟା। ବୈତରଣୀ ଓ ଏହାର ଶାଖାନଦୀରେ ଜଳସ୍ତର ବଢୁଛି। କୋରେଇ ଯାଜପୁର, ଦଶରଥପୁର ବ୍ଲକରେ ବନ୍ୟା ସ୍ଥିତି
–ଭଦ୍ରକ ଜିଲାର ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକରେ ବନ୍ୟା। ଭଣ୍ଡାରିପୋଖରୀରୁ ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ। ମୁଖ୍ୟ ରାସ୍ତା ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ।
–ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ବୈତରଣୀ। ଧାମନଗର ଓ ଭଣ୍ଡାରୀପୋଖରୀ ବ୍ଲକର ବହୁ ଗାଁ ଜଳମଗ୍ନ। ବୈତରଣୀର ଉଚ୍ଛୁଳା ପାଣିରେ ଆନନ୍ଦପୁର ବ୍ଲକର ବହୁ ଅଞ୍ଚଳ ଜଳବନ୍ଦୀ।
–ଖଇରା ବ୍ଲକରେ ଧୀରେ ଧୀରେ ସ୍ବାଭାବିକ ହେଉଛି ସ୍ଥିତି। ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଓ ଏନ୍ଡିଆର୍ଏଫ୍ ଟିମ ନିୟୋଜିତ। ବାତ୍ୟା ଆଶ୍ରୟସ୍ଥଳରୁ ଘରକୁ ଫେରୁଛନ୍ତି ଲୋକେ।
Related Posts
Comments are closed.