www.samajalive.in
Saturday, December 6, 2025
16.1 C
Bhubaneswar

ରାତି ୮ଟା-ମୁଖ୍ୟ ଖବର

–ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ରଖି କହିଥିଲେ ଯେ ଓଡିଶାବାସୀଙ୍କୁ ଆମେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ତଥା ବିଜୁବାବୁଙ୍କ ସ୍ବପ୍ନକୁ ସାକାର କରିବାରେ ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା

–ବିପର୍ୟ୍ୟୟର ମୁକାବିଲା କିପରି କରିବାକୁ ହେବ, ସେ ବିଷୟରେ ଆମକୁ ନିରନ୍ତର ଶିକ୍ଷା ଲାଭ କରିବାକୁ ହେବ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଖାପ ଖୁଆଇ ଚଳିବା ସଙ୍ଗେ ସଙ୍ଗେ ବ୍ୟବସ୍ଥାରେ ମଧ୍ୟ ନିରନ୍ତର ଉନ୍ନତି ଆଣିବାକୁ ପଡିବ।

–ପ୍ରଶାସନ ଏବଂ ସରକାରୀ ସେବା ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ ଓ ବୈଷୟିକ ଭିତ୍ତିକ କରି ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ଓ ପ୍ରକ୍ରିୟାଗତ ପରିବର୍ତ୍ତନ ଆଣିବାପାଇଁ ଆନ୍ତରିକ ପଦକ୍ଷେପ ନିଆଯାଇଛି

–ସ୍ବାସ୍ଥ୍ୟ ଓ ଶିକ୍ଷାର ବିକାଶ ଉପରେ ସବୁବେଳେ ଆମର ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି । ସାରା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଆମେ ୮୫୦୦ କୋଟି ଟଙ୍କାର ବିପୁଳ ପୁଞ୍ଜି ବିନିଯୋଗ କରିଛୁ ।

–ମିଶନ ଶକ୍ତି ମା’ ମାନଙ୍କର ଆର୍ଥିକ ସଶକ୍ତିକରଣ ପାଇଁ ଆଗାମୀ ୫ ବର୍ଷରେ ସେମାନଙ୍କୁ ୫୦୦୦ କୋଟି ଟଙ୍କାର ବିଭିନ୍ନ ସରକାରୀ କାର୍ୟ୍ୟକ୍ରମରେ ସଂପୃକ୍ତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ।

–ଆମର ପଞ୍ଚାୟତିରାଜ ଅନୁଷ୍ଠାନ ତଥା ପୌରସଂସ୍ଥା ଗୁଡିକୁ ମଜବୁତ କରିବା ପାଇଁ ଅର୍ଥ କମିଶନଙ୍କ ଅନୁଦାନ ଜରିଆରେ ଗତ ଦୁଇ ବର୍ଷ ମଧ୍ୟରେ ସେମାନଙ୍କୁ ୧୧,୨୮୭ କୋଟି ଟଙ୍କାର ଆର୍ଥକ ଅନୁଦାନ ଦିଆଯାଇଛି ।

–ଗତ ଦୁଇ ଦଶନ୍ଧି ମଧ୍ୟରେ ବିପର୍ୟ୍ୟୟ ମୁକାବିଲାରେ ଓଡିଶାର ଦକ୍ଷତା ସଂପର୍କରେ ସାରା ବିଶ୍ବର ଦୃଷ୍ଟିଭଙ୍ଗୀ ବଦଳି ଯାଇଛି । ଦିନ ଥିଲା ଆମେ ଦୟାର ପାତ୍ର ଥିଲୁ । ଆଜି ଓଡିଶା ବିପର୍ୟ୍ୟୟ ପରିଚାଳନାରେ ଏକ ମଡେଲ ହୋଇଛି ଏବଂ ସାରା ବିଶ୍ବରୁ ପ୍ରଶଂସା ସାଉଁଟିଛି ।

–‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ । ଏହା ହିଁ ହେଉଛି ଏହି ପରିବର୍ତ୍ତନର ମୁଖ୍ୟ ଆଧାର । ଆମର ବିପର୍ୟ୍ୟୟ ପରିଚାଳନାରେ ଗୋଷ୍ଠୀ ସଂପୃକ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି ।

–ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ରାଜ୍ୟର ଜନସାଧାରଣଙ୍କୁ ବିପର୍ୟ୍ୟୟ ଓ ମହାମାରୀ ପରିଚାଳନା ସଂପର୍କରେ ଉପଯୁକ୍ତ ଜ୍ଞାନ ଓ ଦକ୍ଷତାରେ ସଶକ୍ତ କରିବା ପାଇଁ ଏକ ସୁବ୍ୟବସ୍ଥିତ ତଥା ବିସ୍ତୃତ ତାଲିମ କାର୍ୟ୍ୟକ୍ରମ ଗ୍ରହଣ କରିବାକୁ ସଂକଳ୍ପ ପାରିତ ହୋଇଛି।

–ବର୍ତ୍ତମାନଠାରୁ ପ୍ରତି ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମହାମାରୀ ପରିଚାଳନା ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ୟ୍ୟୟ ପର୍ୟନ୍ତ ସବୁ ବିଷୟରେ ‌ଜ୍ଞାନ ଆହରଣ କରିବେ ଏବଂ ଏହା ସେମାନଙ୍କ ପାଠ୍ୟକ୍ରମର ଅଂଶବିଶେଷ ହେବ ।

–ମହାମାରୀ ଓ ପ୍ରାକୃତିକ ବିପର୍ୟ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତି ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ। ପ୍ରାକୃତିକ ବିପର୍ୟ୍ୟୟ ଓ ମହାମାର ପରିଚାଳନା, ସରକାରୀ ଚାକିରୀ ଓ ନିଯୁକ୍ତି ପାଇଁ ଏକ ବାଧ୍ୟତାମୂଳକ ବିଷୟ ହେବ ।

–ବିପର୍ୟ୍ୟୟ ସମୟରେ ଆମର ନିର୍ବାଚିତ ପ୍ରତିନିଧିଙ୍କର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ୱାର୍ଡ ମେମ୍ବର ପର୍ୟ୍ୟନ୍ତ ସବୁ ନିର୍ବାଚିତ ପ୍ରତିନିଧି ବିପର୍ୟ୍ୟୟ ଓ ମହାମାରୀ ପରିଚାଳନା ବିଷୟରେ ତାଲିମ ନେବେ ।

–ଆମର ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ଗୁଡିକୁ ମଧ୍ୟ ଏ ସଂପର୍କରେ ତାଲିମ ଦିଆଯିବ ।

–ଓଡିଶାକୁ ପ୍ରାକୃତିକ ବିପର୍ୟ୍ୟୟ ଓ ମହାମାରୀ ପ୍ରତିରୋଧୀ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ଏକ ଟ୍ୟାସ୍କଫୋର୍ସ ଗଠନ କରାଯିବ । ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ହେବ ଆମର ସର୍ବ ବୃହତ ପ୍ରସ୍ତୁତି ।

–କରୋନାରେ ଅନାଥ ହୋଇଯାଇଥିବା ଶିଶୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡରୁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ଘୋଷଣା।

–କରୋନାରେ ବାପାମା’ ଛେଉଁଣ୍ଡଙ୍କ ପାଇଁ ବଡ଼ ଘୋଷଣା। ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତି ମାସରେ ମିଳିବ ଆର୍ଥିକ ସହାୟତା। ୨୩ ବର୍ଷ ବୟସ ହେଲେ ଏକସଙ୍ଗେ ୧୦ଲକ୍ଷ ଟଙ୍କାର ଅର୍ଥ ରାଶି ମିଳିବ। ପିଲାଙ୍କ ପାଇଁ ପିଏମ୍‌ କେୟାର୍ସ ନାମରେ ଯୋଜନା ଆରମ୍ଭ କଲେ ମୋଦି।

–କରୋନା ଅନାଥଙ୍କୁ ଚିହ୍ନଟ କରି ସହାୟତା ଦେବା ଲାଗି ଗତକାଲି ନିର୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ। ସବୁ ରାଜ୍ୟକୁ ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ଖଣ୍ଡପୀଠ।

–କଟକ ଏସ୍‌ସିବି କୋଭିଡ ହସ୍‌ପିଟାଲରୁ ଜଣେ କରୋନା ଆକ୍ରାନ୍ତ ନିଖୋଜ ଅଭିଯୋଗ। ଏନେଇ ମେଡ଼ିକାଲ ଫାଣ୍ଡିରେ ଏତଲା କଲେ ନିଖୋଜ ବ୍ୟକ୍ତିଙ୍କ ପୁଅ। ଗତ ୨୫ରେ କୋଭିଡ ଆକ୍ରାନ୍ତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ।

–୨୮ରୁ ବାପାଙ୍କ ପତ୍ତା ମିଳୁନଥିବା ଅଭିଯୋଗ କରି ଏତଲା ଦେଲେ ପୁଅ। ନିଖୋଜ ହୋଇଥିବା ଆକ୍ରାନ୍ତ ଜଣଙ୍କ ତିର୍ତ୍ତୋଲ ଛପଡ଼ା ଅଞ୍ଚଳର।

–ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ୮୭୧ କରୋନା ଆକ୍ରାନ୍ତ ଚିହ୍ନଟ। ସୁସ୍ଥ ହେଲେ ୧୦୭୩। କ୍ବାରେଣ୍ଟାଇନ୍‌ କେସ ୧୮୨, ଲୋକାଲ କଣ୍ଟାକ୍ଟ କେସ ୬୮୯

ଓଡ଼ିଶାର ବିପତ୍ତି ସମୟରେ ସବୁବେଳେ ତତ୍ପର ଓ ସକ୍ରିୟ ଭାବେ ଆଗେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଡା. ନାଗେଶ୍ୱର ରେଡ୍ଡୀଙ୍କୁ ଆମେରିକାନ୍ ସୋସାଇଟି ଅଫ ଗାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏଣ୍ଡୋସ୍କୋପି ପକ୍ଷରୁ ସର୍ବୋଚ୍ଚ ସମ୍ମାନ

–ପ୍ରଥମ ଭାରତୀୟ ମେଡିକାଲ୍ ପ୍ରାକ୍ଟିସନର ଭାବରେ ପାଇଲେ ଏହି ସମ୍ମାନ

କରେନା ଟିକାକରଣ : ଦେଶରେ ଆଜି ସୁଦ୍ଧା ଟିକା ନେଲେଣି ୨୦.୮୯ କୋଟି

–ଭଦ୍ରକ ଜିଲ୍ଲାର ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଯୋଗାଣ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନ୍ତ୍ରୀ

ଭଦ୍ରକ ଜିଲାରେ ବାତ୍ୟା ୟସ  ପରବର୍ତ୍ତୀ ଅବସ୍ଥାରେ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ

–ବନ୍ୟା ମୁକାବିଲା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା

-ସୁବର୍ଣ୍ଣରେଖା ନଦୀରେ ଜଳସ୍ତର କମିବାରେ ଲାଗିଛି, ବନ୍ୟା ଆଶଙ୍କା ଟଳିଛି।

–ଉପକୂଳ ପାଇଁ ୧୯୪୪କୋଟି ବ୍ୟୟ ଅଟକଳରେ ୩୮୦ କିଲୋମିଟର ଲୁଣାବନ୍ଧ ହେବ

-ଆଗାମୀ ସମୟରେ ୬ ରୁ ୭ହଜାର କୋଟି ବ୍ୟୟ ଅଟକଳରେ ଡିପିଆର୍ ପ୍ରସ୍ତୁତ ହେଉଛି

–୪୮୦ କିଲୋମିଟର ସମୁଦ୍ର ତଟ ସହ ମୋଟ ୧୬୫୦ କିଲୋମିଟର ଲୁଣାବନ୍ଧ ସୁଦୃଢ଼ କରାଯିବ

– ପହିଲାରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ, ଅନ୍‌ଲାଇନରେ ହେବ ପାଠପଢ଼ା

–ଜଳେଶ୍ବର: ଶିଶୁପୁତ୍ର ସହ ଟ୍ରେନ୍‌ ଆଗୁ ଡେଇଁ ମା’ର ଆତ୍ମହତ୍ୟା,ବସ୍ତା ଥାନା ନୂଆଁ ଗାଁ ରେଳଷ୍ଟେସନ ନିକଟରେ ଅଭାବନୀୟ ଘଟଣା

– ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରୁ ଅପହୃତ ଯୁବକ ଉଦ୍ଧାର, ୩ ଅପହର୍ତ୍ତା ଗିରଫ

-ଗୋଷାଣୀ ନୂଆଗାଁ ଅନ୍ଧପସରା ଆମ୍ବ ମାର୍କେଟରୁ ଅପହୃତ ହୋଇଥିଲେ ଯୁବକ, ତାଙ୍କୁ ଛାଡ଼ିବା ପାଇଁ ଦାବି କରିଥିଲେ ୩ ଲକ୍ଷ ଟଙ୍କା

–ରାଜ୍ୟରେ ରବି ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ଆଣିଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ।

–ମେ’ ୫ରୁ ରବିଧାନ କିଣା ଆରମ୍ଭ ହୋଇଥିଲେ ବି ବ୍ୟାପକ ଅବ୍ୟବସ୍ଥା ରହିଛି, ଅନ୍ୟ ଉପାୟ ନ ପାଇ ଖୋଲା ବଜାରରେ ୧ହଜାରରେ ଧାନ ବିକୁଛି ଚାଷୀ

–କାଜୁ ବଗିଚାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। କଟକ ନିଆଳି ଥାନା ନୂଆଗାଁରେ ଅଘଟଣ

– ରାମଦେବଙ୍କୁ ଆଇଏମଏ ଉତ୍ତରାଖଣ୍ଡ ପଚାରିଲା କେଉଁ ଡାକ୍ତରଖାନା ଚିକିତ୍ସା ପାଇଁ ପତଞ୍ଜଳି ଔଷଧ ବ୍ୟବହାର କରୁଛନ୍ତି କୁହନ୍ତୁ?

– ଅଲୀଗଡ଼ ବିଷାକ୍ତ ମଦମୃତ୍ୟୁ ଘଟଣା; ମୃତକଙ୍କ ସଂଖ୍ୟା ୩୧କୁ ବୃଦ୍ଧି

– ଜୁନ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା, ଭଡ଼ା ବୃଦ୍ଧି କଲେ ସରକାର

– ଦେଶରେ ନୂଆ ସଂକ୍ରମିତ ୧.୭୩ ଲକ୍ଷ; ଆରୋଗ୍ୟ ହାର ୯୦.୮୦ %

– ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

– ଡିସେମ୍ବର ସୁଦ୍ଧା ଭାରତରେ ସରିବ ଟିକାକରଣ

– ଜୁନ୍‍ ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ବନ୍ଦ

– ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା; ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ରିଜର୍ଭ ବ୍ୟାଙ୍କ ଲାଗୁକଲା ଜରିମାନା

– ୩୧ କୋଟି ଦେଇ ନୂଆ ଘର କିଣିଲେ ଅମିତାଭ ବଚନ

– ବିମାନ ଭିତରେ ବାଦୁଡି; ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

– ମହାରାଷ୍ଟ୍ରରେ କୋଠା ଭୁଷୁଡି ୭ ମୃତ

– ରାଜ୍ୟରେ ଆଜି ଆଉ ୧୧ ହଜାର ୫୧୩ କୋରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୬ ଲକ୍ଷ ୫୮ ହଜାର ୬୪୬କୁ ବୃଦ୍ଧି

– କରୋନାରେ ବୁର୍ଲା ଭୀମସାରର ଦନ୍ତ ବିଭାଗ ମୁଖ୍ୟ ପ୍ରଫେସର ଅନୁପ ଶତପଥୀଙ୍କ ପରଲୋକ

– ବାରହା ଫାଶରେ ଲାଗି ନାବାଳିକା ଗୁରୁତର, ତେଲକୋଇ ବନାଞ୍ଚଳ ଅଧୀନ ଦେଉଳଡିହା ପଞ୍ଚାୟତ ଉଦୟଗିରି ଗ୍ରାମର ଘଟଣା

– ରାଜ୍ୟରେ ୭୧୮୮ ନୂଆ ସଂକ୍ରମିତ ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪

– ରାଜ୍ୟରେ ଆଉ ୩୫ ସଂକ୍ରମିତ ମୃତ; ମୋଟ ମୃତ୍ୟୁ ସଂଖ୍ୟା ୨୬୮୬

– ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

– ନବୀନଙ୍କ ପଞ୍ଚମ ପାଳିର ଆଜି ୨ ବର୍ଷ ପୂର୍ତ୍ତି

–ଆମ୍ବତୋଟାରେ ଗଛ ପଡ଼ି ଯୁବତୀଙ୍କ ମୃତ୍ୟୁ, କଲ୍ୟାଣସିଂହପୁର ଶିକରପାଲ ଗାଁର ଛାମୟୀ ବବି ମୃତ

– ଚାଇନା ଯୁବତୀଙ୍କ କଣ୍ଠରେ ହିନ୍ଦୀ ଗୀତ ‘ଆଁଖେଁ ଖୁଲି’, ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାରେ

– କାନାଡ଼ା ସଂସଦର ଭିଡିଓ କନ୍‌ଫରେନ୍ସିଂ ସମୟରେ ପରିଶ୍ରା କରୁଥିବା ନଜର ଆସିଲେ ସାଂସଦ

– କରୋନାର ଉତ୍ପତିକୁ ନେଇ ଚୀନ ସମଗ୍ର ବିଶ୍ଵର ବୈଜ୍ଞାନିକମାନଙ୍କ ସହ ବିଶ୍ଵାସଘାତ କରିଛି: ବିଶେଷଜ୍ଞ

– ବ୍ରିଟେନରେ ୩ୟ ତରଙ୍ଗ ବିପଦ ଘନେଇଲା, ଦ୍ରୁତଗତିରେ ବଢ଼ୁଛି ବି.୧.୬୧୭.୨ ଭାରିଆଣ୍ଟ ସଂକ୍ରମଣ

ୟୁଏଇରେ ଖେଳାଯିବ ଆଇପିଏଲର ଅବଶିଷ୍ଟ ମ୍ୟାଚ, ବିସିସିଆଇ ବୈଠକରେ ନିଷ୍ପତ୍ତି

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories