ରାତି ୮ଟା – ମୁଖ୍ୟ ଖବର

–ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପୁନରୁଦ୍ଧାର ସମୀକ୍ଷା-ସମସ୍ତ ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ନିର୍ଦେଶ

–୭ ଦିନ ମଧ୍ୟରେ ଘରଭଙ୍ଗା କ୍ଷତିର ଆକଳନ କର। ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ।

–ଜନତାଙ୍କ ସହଯୋଗ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଅତ୍ୟନ୍ତ ସଫଳ ଓ ପ୍ରଭାବୀ ବୋଲି ପୁଣି ପ୍ରମାଣିତ ହୋଇଛି:ମୁଖ୍ୟମନ୍ତ୍ରୀ

–ତ୍ରୁଟିଶୂନ୍ୟ ପରିଚାଳନା ପାଇଁ ରାଜ୍ୟ ପ୍ରଶାସନ, କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ଏବଂ ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

–ସୁବର୍ଣ୍ଣରେଖା ନଦୀରେ ଭାଷିଗଲାବେଳେ ୯ ଉଦ୍ଧାର। ସାରସକଣା ବ୍ଲକ ତୋଟା ସାହିର ଗାଁ ଲୋକେ ଦଉଡ଼ିରେ ଉଦ୍ଧାର କଲେ।

–ପ୍ରଥମେ ଡଙ୍ଗା ଆଣିବାକୁ ଯାଇ ଫସି ଥିବା ପ୍ରଥମେ ଉଦ୍ଧାର ପାଇଲେ। ଏହାପରେ ଆଉ ୨ ଜଣଙ୍କୁ ବି ଉଦ୍ଧାର କଲେ ଗାଁ ଲୋକେ

–ସାମୁଦ୍ରିକ ଝଡ଼ ୟସ ପ୍ରଭାବରେ ଶିମିଳିପାଳରେ ବର୍ଷାର ତାଣ୍ଡବ। ଭଞ୍ଜବସା ସେକ୍ସନରେ ରେକର୍ଡ ୩୮୨ ମିଲିମିଟର ବୃଷ୍ଟିପାତ।

–ଭାଙ୍ଗି ଯାଇଛି ଲୋକଙ୍କ କୋର ଏରିଆ, ଲୋକଙ୍କ ଘରଦ୍ବାର। ଶିମିଳିପାଳ ଅଭୟାରଣ୍ୟ ବନ୍ୟପ୍ରାଣୀ ସୁରକ୍ଷିତ ଥିବା କର୍ତ୍ତୃପକ୍ଷଙ୍କ ସୂଚନା

–ବାତ୍ୟା ୟସ୍ ପୂର୍ବରୁ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ୪,୫୫୫ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

–ବାତ୍ୟା ସମୟରେ ସୁରକ୍ଷିତ ଭାବରେ ୭୫୦ ଶିଶୁ ଜନ୍ମ ନେଇଛନ୍ତି, ନବଜାତ ଶିଶୁ ଓ ମା’ମାନେ ସୁରକ୍ଷିତ ଅଛନ୍ତି

–ପୂର୍ଣ୍ଣମୀ ସାଙ୍ଗକୁ ବାତ୍ୟା ୟସର ପ୍ରଭାବ: ବର୍ଷା ଓ ପବନ ଯୋଗୁଁ ୩ ଜଣଙ୍କ ମୃତ୍ୟୁ। ସମୁଦ୍ରକୂଳିଆ ବହୁ ଗାଁରେ ପଶିଛି ଲୁଣାପାଣି।

–ବାତ୍ୟା ପରେ ବର୍ଷା ଯୋଗୁଁ ସୋରର ଅଧିକାଂଶ ଅଞ୍ଚଳ ଜଳମଗ୍ନ। ପାଣି ଜମି ରହିବାରୁ ଅନେକ ଗାଁ ଜଳବନ୍ଦୀ

–ପାରାଦ୍ବୀପ ବନ୍ଦର ଟ୍ରଷ୍ଟ ଉପଧ୍ୟକ୍ଷ ଆଶିଷ କୁମାର ବୋଷଙ୍କ ସୂଚନା- ଆଜିଠୁ ପାରଦ୍ବୀପ ବନ୍ଦରରେ ମାଲବାହୀ ଜାହାଜ ବର୍ଥିଂ ପ୍ରକ୍ରିୟା ସ୍ବାଭାବିକ। ବାତ୍ୟା ପ୍ରଭାବରେ ସହରରେ କୌଣସି କ୍ଷୟକ୍ଷତି ହୋଇନାହିଁ

–ବାତ୍ୟା ୟସ ପ୍ରଭାବରେ ଭଦ୍ରକରେ ଲଗାଣ ବର୍ଷା, ଭଦ୍ରକରେ ଚାଷ ନଷ୍ଟ। ଡାଳୁଅ ଧାନ ସମେତ ପରିବା ଚାଷ ନଷ୍ଟ। ସରକାରୀ ସହାୟତା ପାଇଁ ଚାଷୀଙ୍କ ଆକୁଳ ନିବେଦନ

–ବାତ୍ୟା ଚାଲି ଯାଇଛି, କିନ୍ତୁ ଦେଇ ଯାଇଛି ଦୁଃଖ। ଧାମରାର ଅନେକ ଅଞ୍ଚଳ ଏବେ ବି ପାଣି ଘେରରେ

–ଜାଗୁଳା ଓ ଦଶିଙ୍ଗା ପଞ୍ଚାୟତର ଏକାଧିକ ଗାଁ ଜଳବନ୍ଦୀ। ବାତ୍ୟା ଆଶ୍ରୟସ୍ଥଳ ନ ଥିବାରୁ ସ୍କୁଲ ଘରେ ଆଶ୍ରୟ ନେଉଛନ୍ତି ଲୋକେ।

–ବାଲେଶ୍ବରରେ ବାତ୍ୟା ୟସ ପରେ ଏବେ ଘାରିଛି ବନ୍ୟା ଚିନ୍ତା। ବାତ୍ୟାର ପ୍ରକୋପରେ ଛାରଖାର ହୋଇଛି ଅନେକ ଘର।

–ବାତ୍ୟା ପରେ ଘର ସଜାଡ଼ୁଛନ୍ତି ଲୋକେ। ଲୋକଙ୍କ ଜୀବୀକାକୁ ବି ନଷ୍ଟ କରିଛି ବାତ୍ୟା ୟସ।

–କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ହେଡ୍‌କ୍ବାଟର ସହ ୧୦ ପଞ୍ଚାୟତର ଯୋଗାଯୋଗ ବିଚ୍ଛିନ୍ନ।

–ବର୍ଷା ଯୋଗୁଁ ବୈତରଣୀ ଉପନଦୀ ପୋଲର ୬ କୋଟି ଟଙ୍କାରେ ନିର୍ମାଣଧୀନ ସେଟରିଂ ଭାସିଗଲା। ପୋଲପାଖ ଆପ୍ରୋଚ ରୋଡ ଧସିଯିବାରୁ ଯାତାୟତ ବନ୍ଦ

–କରୋନା କାଳରେ ଔଷଧର କଳାବଜାର: ଅକ୍ସିମିଟର, ଷ୍ଟିମର, ଗ୍ଲୋବସ ଚଢାଦରରେ ବିକ୍ରି

ବାତ୍ୟା ‘ୟାସ’ର ପ୍ରଭାବ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ବୈଠକ

– ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
– ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ

–ଆକାଶମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ  ପରେ ଭୁବନେଶ୍ୱରରେ ସମୀକ୍ଷା

–ପଶ୍ଚିମବଙ୍ଗ ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ମଧ୍ୟ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

–ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

-୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ, ବାତ୍ୟା ଆଶ୍ରୟସ୍ଥଳରୁ ଫେରିବା ପରେ କୋଭିଡ୍ ଲକ୍ଷଣ ନେଇ ନଜର ରଖିବାକୁ ନିର୍ଦ୍ଦେଶ

-ବୈତରଣୀର ଉପରମୁଣ୍ଡରେ ବର୍ଷା ଯୋଗୁ ଆନନ୍ଦପୁରରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି : ଏସଆରସି
-ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି : ଏସଆରସି

-ଗତକାଲି ଠାରୁ ଆଜି ସକାଳ ୮ଟା ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ହାରାହାରି ୧୨୭ ମିମି, ସୁନ୍ଦରଗଡ଼ ଜିଲ୍ଲାରେ ୧୦୧ ମିମି, ମୟୂରଭଞ୍ଜରେ ୯୬ ମିମି ଏବଂ ଦେବଗଡ ଜିଲ୍ଲାରେ ୯୨ ମିମି ବର୍ଷା ରେକର୍ଡ କରାଯାଇଛି : ଏସଆରସି

-ବାତ୍ୟା ୟସ୍ ପୂର୍ବରୁ ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାର ୪,୫୫୫ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ୨୧୦୭ ଜଣ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା

-ବାତ୍ୟା ସମୟରେ ସୁରକ୍ଷିତ ଭାବରେ ୭୫୦ ଶିଶୁ ଜନ୍ମ ନେଇଛନ୍ତି, ନବଜାତ ଶିଶୁ ଓ ମା’ମାନେ ସୁରକ୍ଷିତ ଅଛନ୍ତି।

–କରୋନା ସ୍ଥିିତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା

-ଦେଶରେ ଧୀରେ ଧୀରେ କମୁଛିସଂକ୍ରମଣ ହାର,ଓଡ଼ିଶାରେ ବଢୁଛି

–ଏପ୍ରିଲ ୨୯ରେ ଦେଶରେ ସଂକ୍ରମଣ ହାର ଥିଲା ୨୧.୫%, ଏବେ ତାହା ଖସି ୧୦.୪୫%ରେ ପହଞ୍ଚିଛି : ଲବ ଅଗ୍ରୱାଲ

– ଟିକାକରଣ ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ.ପଲଙ୍କ ସୂଚନା

-ଏବେ ଦୈନିକ ୪୩ଲକ୍ଷ ଟିକାକରଣ ହେଉଛି, ୩ ସପ୍ତାହରେ ୭୩ ଲକ୍ଷକୁ ବଢ଼ାଯିବ, ପରବର୍ତ୍ତୀ ସମୟରେ ଦିନକୁ ୧ କୋଟି ଟିକାକରଣ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ

–ଦେଶରେ ଗତ ତିନିଦିନ ହେଲାଣି ସଂକ୍ରମଣ ହାର ୧୦% ତଳେ ରହିଛି, ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମଣ ହାର ୯.୭୫%ରହିଛି

– କଳା କବକ ସଂକ୍ରମଣ: ଆମେରିକାରୁ ଆସିବ ୧୦ ଲକ୍ଷ ଆମ୍ଫୋଟେରିସିନ୍‌ ଇଞ୍ଜେକ୍ସନ

– ଚିନ୍ତା ବଢ଼ାଉଛି ଧଳା କବକ ସଂକ୍ରମଣ; ରୋଗୀଙ୍କ ଅନ୍ତ୍ରନଳୀରେ ହୋଇଯାଉଛି ଛିଦ୍ର

– କରୋନା ବିରୋଧୀ ଲଢ଼େଇ​ରେ ସାମିଲ ହେଲା ‘କକ୍‌ଟେଲ ଆଣ୍ଟିବଡି’, ରୋଗୀଙ୍କ ଉପରେ ୭୦% ପ୍ରଭାବୀ

– ଭାରତୀୟ ଔଷଧ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି

– ଦେଶରେ ୨.୮୩ ଲକ୍ଷରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ

– ୧୨ ବର୍ଷରୁ ଊର୍ଦ୍ଧ୍ଵ ପିଲାଙ୍କ ପାଇଁ ଉପଯୁକ୍ତ ଫାଇଜର ଟିକା, ଭାରତରେ ତ୍ଵରିତ ମଞ୍ଜୁରୀ ପାଇଁ କମ୍ପାନୀର ନିବେଦନ

– ଆତଙ୍କବାଦକୁ କୂଟନୀତି ଭାବରେ ଗ୍ରହଣ କରିପାରିବୁ ନାହିଁ: ଜୟଶଙ୍କର

–ବିପଦ ସଙ୍କେତ ଉପରେ ବୈତରଣୀ

–ପ୍ରବଳ ବର୍ଷା ଯୋଗୁଁ ଆନନ୍ଦପୁରରେ ଫୁଲୁଛି ବୈତରଣୀ

– ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ଉଡାଣ ଆରମ୍ଭ

– ରାଜ୍ୟରେ ଦିନକରେ ୬୭୩୬ ନୂଆ ସଂକ୍ରମିତ ଚିହ୍ନଟ; ଅନୁଗୁଳରୁ ସର୍ବାଧିକ ୭୮୮

–ରାଜ୍ୟରେ ଦିନକରେ ଆଉ ୩୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ;  ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୬୧୮

– କରୋନାରେ ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

– ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

– ସଞ୍ଜୟ ଦତ୍ତଙ୍କୁ ୟୁଏଇର ଗୋଲ୍ଡେନ ଭିସା

– ନୂଆ ଆଇଟି ନିୟମ ସାମାଜିକ ଗଣମାଧ୍ୟମର ଦୁରୁପୋଯୋଗ ରୋକିବାକୁ ଉଦ୍ଦିଷ୍ଟ: ରବିଶଙ୍କର

– ଡୋମିନାକାରେ ଧରାପଡିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକସୀ

– କୋଭିଡ-୧୯ ଉତ୍ପତ୍ତିର ଗୋଇନ୍ଦା ରିପୋର୍ଟ ମାଗିଲେ ବାଇଡେନ, ତିନିମାସ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

– ବ୍ରହ୍ମପୁର: ବିଦେଶୀ ମଦ ନାଁରେ ନକଲି କରୁଥିବା ଫ୍ୟାକ୍ଟ୍ରିରେ ଚଢ଼ାଉ। ୧୦ପେଟି ବିଦେଶୀ ମଦ ଓ ୧୦ ବସ୍ତା ବୋତଲ ଜବତ, ୨ ଅଟକ

– ବଡ଼ବଜାର ଥାନା ଶ୍ରୀରାମନଗର ଶ୍ମଶାନ ନିକଟରେ ଠାବ କରି ଚଢ଼ାଉ। ବିଭିନ୍ନ ବ୍ରାଣ୍ଡର ଲେବଲ, ସିଲ ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ମଧ୍ୟ ଜବତ

Comments are closed.