www.samajalive.in
Saturday, December 6, 2025
19.1 C
Bhubaneswar

ସନ୍ଧ୍ୟା ୭ଟା-ମୁଖ୍ୟ ଖବର

–ଜୁନ ୧୭ ପର୍ଯ୍ୟନ୍ତ ରାଜ୍ୟରେ ବଢ଼ିଲା ତାଲାବନ୍ଦ ଅବଧି
–ତାଲାବନ୍ଦ ସହ ସପ୍ତାହାନ୍ତ ସଟଡାଉନ୍‍ ବଳବତର ରହିବ
–ଏହି ସମୟରେ ସ୍ବାସ୍ଥ୍ୟ ସେବା, ଟେଷ୍ଟିଂ, ଟିକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ : ମୁଖ୍ୟ ଶାସନ

–ନୂଆପଡା, ଗଜପତି, ସୁନ୍ଦରଗଡ ୩ଟି ଜିଲ୍ଲାରେ ଦିନ ୧ଟା ଯାଏଁ କିଣାବିକାରେ କଟକଣା କୋହଳ

–ରାଜ୍ୟର ଅନ୍ୟ ସବୁ ଜିଲାରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକଙ୍କୁ ଅନୁମତି

–କରୋନା ମହାମାରୀ ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟ ,ଏହି ସମୟରେ ସରକାରଙ୍କ ମାର୍ଗଦର୍ଶିକା ପାଳନ ଜରୁରୀ

– କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା-ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।

– ମେ’ ୨୨ରେ ସର୍ବାଧିକ ୧୨,୮୫୨ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି।

– ଆଜି ରାଜ୍ୟରେ ୯୫୪୧ କରୋନା ଚିହ୍ନଟ ହୋଇଛନ୍ତି। ମେ’ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍‌ ବୋଲି ଧରିବାକୁ ହେବ
– ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ବସ୍ତିକର, ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜିଲାରେ ସଂକ୍ରମଣ କମୁଛି
– ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି, ଏଥିପାଇଁ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସୀମା ସିଲ କରାଯାଇଛି
– ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼ ଆଦି ୯ଟି ଜିଲାରେ ସଂକ୍ରମଣ ରାଜ୍ୟର ୬୦%
– ରାଜ୍ୟରେ ପଜିଟିଭ ହାର କମି ଆଜି ପର୍ଯ୍ୟନ୍ତ ୧୪%ରେ ପହଞ୍ଚିଛି, ୧୯ଟି ଜିଲାରେ ପଜିଟିଭିଟି ହାର କମୁଛି, ୫ ଜିଲାରେ ୫% ତଳେ ରହିଛି।
– ଧୀରେ ଧୀରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ ରୋଗୀ ସଂଖ୍ୟା ପହଞ୍ଚି ଆଜି ୭୨%ରେ ପହଞ୍ଚିଛି।
– ଅକ୍ସିଜେନ ଯୋଗାଣରେ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ୧୮ଟି ରାଜ୍ୟକୁ ଆମେ ୨୫ହଜାର ଟନ ଅକ୍ସିଜେନ ଯୋଗାଇ ସାରିଲୁଣି

– ମେ’ ୬ରେ ୪.୧୪ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ଆମେ ପିକ୍ ଭାବେ ଧରି ନେଇଛୁ।
– ଗତ ସେପ୍ଟେମ୍ବର ୧୬ରେ ସର୍ବାଧିକ ୯୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ୧୬ ସେପ୍ଟେମ୍ବର ବେଳକୁ ସେତେବେଳ ପିକ୍‌ ଧରାଯାଇଥିଲା।

– ପ୍ରଥମ ପିକ୍‌ ତୁଳନାରେ ଦ୍ବିତୀୟ ପିକ୍‌ ୪ଗୁଣା ଅଧିକ

ମନ୍‌ କୀ ବାତରେ କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ଆଗଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

–୧୦୦ ବର୍ଷ ପରେ ବିଶ୍ବ ଏଭଳି ମହାମାରୀ ଦେଖୁଛି, କିନ୍ତୁ ଭାରତ ଦୃଢ଼ତାର ସହିତ ଏହାର ମୁକାବିଲା କରୁଛି

– ବାଲେଶ୍ୱର ଓ ଭଦ୍ରକ ବାତ୍ୟା ଅଂଚଳର ଆକାଶ ମାର୍ଗରୁ  ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକମାନଙ୍କ ସହ କଥା ହେଲେ

ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଧାମରା, ଓରାମାଳ, ପାଇକ ସାହି ଓ ଦୋସିଙ୍ଗା ଅଞ୍ଚଳ ବୁଲି ବାତ୍ୟା ବିପନ୍ନଙ୍କ ସହିତ କଥା ହେଲେ

ଧାମରାର ସମୁଦ୍ର କୂଳରେ ବନ୍ୟା ଜଳ ନିଷ୍କାସନ କ୍ଷେତ୍ରରେ ଅଧିକ ଆଡ଼ିବନ୍ଧ ନିର୍ମାଣ କରିବାର ବନ୍ଦୋବସ୍ତ କରିବେ ବୋଲି ପ୍ରତିଶୃତି ଦେଲେ

ଦେଶରେ ଦିନକରେ ୧,୬୫,୫୫୩ ନୂଆ ସଂକ୍ରମିତ ଚିହ୍ନଟ, ୩,୪୬୦ ମୃତ, ସୁସ୍ଥ ୨,୭୬,୩୦୯

– ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନକୁ ପ୍ରଶଂସା କଲେ ଭୂବିଜ୍ଞାନ ସଚିବ ମାଧବନ ରାଜୀବନ

– ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦ୍ଧତ୍ତିରୁ ଅନ୍ୟ ରାଜ୍ୟଗୁଡିକ ଶିକ୍ଷା କରିବାକୁ ଭୂବିଜ୍ଞାନ ସଚିବ ମାଧବନ ରାଜୀବନଙ୍କ ପରାମର୍ଶ

– ବିପର୍ଯ୍ୟୟ ମୁକାବିଲାରେ ଜାତିସଂଘର ଓଡ଼ିଶାକୁ ପ୍ରଶଂସା

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories