www.samajalive.in
Saturday, December 6, 2025
15.1 C
Bhubaneswar

ହ୍ରାସ ପାଉଛି ପଜିଟିଭ ସଂଖ୍ୟା, ସ୍ଥାନୀୟ ସଂକ୍ରମଣ ; ନୂଆ ପଜିଟିଭ ୫୫୦

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଏହାସହ ସ୍ଥାନୀୟ ସଂକ୍ରମଣ ମଧ୍ୟ କମୁଛି। ରାଜ୍ୟରେ ୨୪ ଘଣ୍ଟାରେ ୫୫୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ୨୩୩ ଓ ସଙ୍ଗରୋଧ କେନ୍ଦ୍ରରୁ ୩୧୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୭୮୯ରେ ପହଞ୍ଚିଛି। ୩,୦୯,୭୪୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୬,୨୫୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


ରାଜ୍ୟର ୩୦ ଜିଲାରୁ ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୫୩ ଓ ଖୋର୍ଦ୍ଧାରୁ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୨୧, ବରଗଡ଼ ୨୫, ଭଦ୍ରକ ୫, ବଲାଙ୍ଗୀର ୨୧, ବୌଦ୍ଧ ୨, କଟକରୁ ୩୫, ଦେଓଗଡ ୭, ଢେଙ୍କାନାଳ ୫, ଗଞ୍ଜାମ ୪, ଜଗତସିଂହପୁର ୧୯, ଯାଜପୁର ୧୯, ଝାରସୁଗୁଡ଼ା ୨୫, କଳାହାଣ୍ଡି ୧୯, କେନ୍ଦ୍ରାପଡ଼ା ୧୬, କେନ୍ଦୁଝର ୧୩, କୋରାପୁଟ ୨, ମାଲକାନଗିରି ୩, ମୟୁରଭଞ୍ଜ ୪୦, ନବରଙ୍ଗପୁର ୮, ନୟାଗଡ଼ ୨, ନୂଆପଡ଼ା ୩୧, ପୁରୀ ୨୬, ରାୟଗଡା ୨, ସମ୍ବଲପୁର ୩୭, ସୋନପୁର ୩, ସୁନ୍ଦରଗଡ ୪୭, ଷ୍ଟେଟ ପୁଲରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories