www.samajalive.in
Monday, December 8, 2025
14.1 C
Bhubaneswar

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ଭର୍ଚୁଆଲ୍‌ ବୈଠକ; ଡିପିଆର ଓ ବିନିଯୋଗ ପତ୍ର ଉଚିତ ସମୟରେ ନଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଖାରବେଳ ଭବନସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିଭାଗ ସମ୍ମିଳନୀ କକ୍ଷଠାରେ ଏକ ଭର୍ଚୁଆଲ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ମାନଙ୍କୁ ନେଇ ଆୟୋଜିତ ଏହି ବୈଠକରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ଶିଳ୍ପ ନିର୍ଦ୍ଦେଶକ ଜି. ରେଘୁ, ଅତିରିକ୍ତ ଶାସନ ସଚିବ
ଉଦୟ ନାରାୟଣ ଦାସ, ଖଦୀ ଓ ଗ୍ରାମୋଦ୍ୟୋଗ କମିଶନର ନିର୍ଦ୍ଦେଶକ ଶ୍ରୀ ଏସ୍‌.କେ. ମହାନ୍ତି, ପରିଚାଳନା ନିର୍ଦ୍ଦେଶକ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପି.କେ. ସାହାଣୀ ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଜିଲ୍ଲା ଅଧିକାରୀମାନଙ୍କଠାରୁ ଅବଗତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଭାରତ ସରକାରଙ୍କ ଦ୍ୱାରା ୫ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି ସେଗୁଡ଼ିକ ହେଲା ବରଗଡ଼ ରାଇସ୍‌ ବ୍ରାନ୍‌ କ୍ଲଷ୍ଟର, ଗଞ୍ଜାମ କାଜୁବାଦାମ କ୍ଲଷ୍ଟର, କଟକ-ଭୁବନେଶ୍ୱର ଫାର୍ମାସୁ୍ୟଟିକାଲ୍‌ କ୍ଲଷ୍ଟର, ବାଲେଶ୍ୱର ରାଇସ୍‌ ବ୍ରାନ୍‌ କ୍ଲଷ୍ଟର ଏବଂ ବଲାଙ୍ଗୀର ରାଇସ୍‌ ମିଲ୍‌ କ୍ଳଷ୍ଟର। ଏଥି ମଧ୍ୟରୁ ବରଗଡ଼ ରାଇସ୍‌ ବ୍ରାନ୍‌ କ୍ଲଷ୍ଟର, ଗଞ୍ଜାମ କାଜୁବାଦାମ କ୍ଲଷ୍ଟର ଏବଂ କଟକ-ଭୁବନେଶ୍ୱର ଫାର୍ମାସୁ୍ୟଟିକାଲ୍‌ କ୍ଲଷ୍ଟର କାର୍ଯ୍ୟ ସରିଥିବା ସମୀକ୍ଷାରୁ ଜଣାପଡ଼ିଛି । ଏହା ବାଦ୍‌ ଯେଉଁସବୁ କ୍ଲଷ୍ଟର ଆଗକୁ ହେବାକୁ ରହିଛି ସେଗୁଡ଼ିକ ହେଲା ଶୁଖୁଆ ମାଛ କ୍ଲଷ୍ଟର, ପାରାଦୀପ, ଇଥେନଲ୍‌ କ୍ଲଷ୍ଟର, ବରଗଡ଼, ରାଇସ୍‌ ମିଲ୍‌ କ୍ଲଷ୍ଟର, ବଲାଙ୍ଗୀର, ଇଂଜିନିୟରିଂ କ୍ଲଷ୍ଟର, କଟକ, ଅଟୋମୋବାଇଲସ୍‌ କ୍ଳଷ୍ଟର, ଭୁବନେଶ୍ୱର, ରସଗୋଲା କ୍ଲଷ୍ଟର, ପାହାଳ ଏବଂ ଖୋଦ୍ଧା ଓ ଫ୍ଲାଏ ଆସ୍‌ କ୍ଳଷ୍ଟର, ଅନୁଗୋଳ। ସେହିପରି ଆଇଆଇଡି ସ୍କିମ୍‌ରେ ଖୋର୍ଦ୍ଧା, ରାୟଗଡ଼ା ଓ ପାରାଦ୍ୱୀପ ପାଇଁ ଅନ୍ତଃକରଣ ବିକାଶ ନିମନ୍ତେ ତିନିଗୋଟି ପ୍ରକଳ୍ପ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଯାଏଁ ୧୩ ଗୋଟି ପ୍ରକଳ୍ପର ଡିପିଆର୍‌ ଇଡ୍‌କୋ ଦ୍ୱାରା ଦାଖଲ କରାଯାଇଛି। ଏଥି ସହିତ ପ୍ରମୁଖ ସଚିବ ଜି.ଆଇ ଟ୍ୟାଗ୍‌ ନିମନ୍ତେ ରହିଥିବା ପ୍ରସ୍ତାବ ଉପରେ ମଧ୍ୟ ଆନୁଷଙ୍ଗିକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ସେହିପରି ଯେଉଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଆୟୋଜନ କରିଥିବା ଦକ୍ଷତା ଦିବସ, ମାଷ୍ଟର କ୍ରାଫ୍ଟସ୍‌ ଗୁରୁଶିଷ୍ୟ ଭଳି ତାଲିମର ଯୁକ୍ତିଯୁକ୍ତ ଡାଟାବେସ୍‌ ପ୍ରସ୍ତୁତ ହୋଇନଥିବା ଦର୍ଶାଇ ଏ ସମ୍ପର୍କରେ ସଠିକ୍‌ ତଥ୍ୟ ନ ଦେଲେ ଖିଲାଫ୍‌କାରୀ ଜିଲ୍ଲାକୁ ତାଲିମ ପାଇଁ ଆବଣ୍ଟିତ କାର୍ଯ୍ୟକୁ ଫେରସ୍ତ ନିଆଯିବ ବୋଲି କୁହାଯାଇଛି। ତା’ଛଡ଼ା କେତେକ ଜିଲ୍ଲାରେ ସର୍ଭେ କାର୍ଯ୍ୟ ହୋଇନଥିବା ଜଣାପଡ଼ିବା ପରେ ଶୀଘ୍ର ସେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରମୁଖ ସଚିବ ଶ୍ରୀ ସାହୁ କେତେକ ଜିଲ୍ଲା ଆଶାନୁରୂପକ ଭାବେ ମଞ୍ଜୁର ଅର୍ଥ ସହାୟତା ହିତାଧିକାରୀଙ୍କୁ ପ୍ରଦାନ କରିଥିବାବେଳେ ଅନ୍ୟ କେତେକ ଜିଲ୍ଲା ନୈରାଶ୍ୟଜନକ ପ୍ରଦର୍ଶନ କରୁଥିବା ଜଣାପଡ଼ିଥିବା ଦର୍ଶାଇ ଯଥାଶୀଘ୍ର ଏ ଦିଗରେ ଯତ୍ନବାନ ହେବାକୁ ତାଗିଦ୍‌ କରିଥିଲେ। ଲକ୍‌ଡାଉନ୍‌ ସମୟରେ ଡିପିଆର୍‌ ପ୍ରସ୍ତୁତ କରିବାକୁ ସୁଯୋଗ ରହିଛି। ତେଣୁ ଶୀଘ୍ର ଏସବୁ କାର୍ଯ୍ୟ ସାରିବାକୁ କୁହାଯାଇଥିଲା। ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଡିପିଆର୍‌ ଓ ବିନିଯୋଗ ପତ୍ର ଠିକ୍‌ ସମୟରେ ଦାଖଲ ନ କଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ବିଶେଷ ଭାବେ ବିଭିନ୍ନ ଶିଳ୍ପ କ୍ଲଷ୍ଟରଗୁଡ଼ିକରେ କାର୍ଯ୍ୟ ତ୍ୱରାନ୍ୱିତ
ହୋଇପାରି ନଥିବା ଯୋଗୁଁ ସଚିବ ଶ୍ରୀମତୀ ଶର୍ମା ଅସନ୍ତୋଷ ପ୍ରକାଶ କରିଥିଲେ । ଏହି ବିଭାଗ ‘ମୋ ସରକାର’ ଅଧୀନରେ ଆସୁଥିବାରୁ ଯାହାସବୁ ମତାମତ ହିତାଧିକାରୀମାନଙ୍କଠାରୁ ଆସୁଛି ସେଥିରେ ସ୍ୱଚ୍ଛତା ରହିବା ଆବଶ୍ୟକ ବୋଲି କୁହାଯାଇଛି। ସେହିପରି ଉପଯୁକ୍ତ ଶିଳ୍ପୀ/କାରିଗର ଚୟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories