www.samajalive.in
Sunday, December 14, 2025
26.1 C
Bhubaneswar

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ

କେନ୍ଦୁଝରଗଡ଼଼: ସାମାନ୍ୟ ଝଗଡ଼ାକୁ କେନ୍ଦ୍ର କରି ପଡୋଶୀ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦେବାନନ୍ଦ ନାଏକଙ୍କୁ ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ବୁଧବାର ଦୋଷୀ ସାବ୍ୟସ୍ତ କରି ଆଜୀବନ କେଲ ଦଣ୍ଡାଦେଶ କରିଛନ୍ତି। ତୁରୁମୁଙ୍ଗା ଥାନା ଜାମୁନାଳିଆ ଗ୍ରାମର ଦେବାନନ୍ଦ ପଡୋଶୀ ଜମ୍ବିରା ବେୱାଙ୍କ ଘରୁ କୁକୁଡା, ଚାଉଳ ଆଦି ବିଭିନ୍ନ ସାମଗ୍ରୀ ଆଣିବା ସହ ଆଉ ଫେରାଇନଥାଏ। ଏ ନେଇ ଜମ୍ବିରା ପଞ୍ଚାୟତର ଦ୍ୱାରସ୍ଥ ହେବାପରେ ପଞ୍ଚାୟତରେ ଏହି ମାମଲାର ବିଚାର କରି ଦେବାନନ୍ଦଙ୍କୁ ଡକାଇ ପଞ୍ଚାୟତ ପକ୍ଷରୁ ତାଗିଦ୍‌‌ କରାଯାଇଥିଲା। ପଞ୍ଚାୟତ ପକ୍ଷରୁ ତାଗିଦ୍‌‌ ପରେ ଦେବାନନ୍ଦ ପ୍ରତିଶୋଧ ପରାୟଣ ହୋଇ କିଭଳି ଜମ୍ବିରା ଉପରେ ଆକ୍ରମଣ କରିବ ସେହି ସୁଯୋଗକୁ ଅପେକ୍ଷା କରି ରହିଥିଲା। ୮ ସେପ୍ଟେମ୍ବର ୨୦୧୩ ରାତି ପ୍ରାୟ ୧୦ଟା ବେଳେ ଜମ୍ବିରା ନିଜ ପୁରୁଣା ଘରୁ ନୂଆ ଘରକୁ ଶୋଇବାକୁ ଯିବା ସମୟରେ ଦେବାନନ୍ଦ ଏକ ଭୁଜାଲିରେ ଜମ୍ବିରାକୁ ଅତର୍କିିତ ଆକ୍ରମଣ କରି ବିଭତ୍ସ ଭାବେ ହତ୍ୟା କରିବା ପରେ ପ୍ରତାପ ବେହେରାଙ୍କ ଜମିରେ ଥିବା ଏକ ଚୁଆରେ ପକାଇ ଚାଲି ଯାଇଥିଲା। ଜମ୍ବିରାକୁ ଆକ୍ରମଣ ସମୟରେ କୌତୁକୀ ନାଏକ ଓ ମିନତୀ ନାଏକ ଦେଖିଥିଲେ ହେଁ ରକ୍ତମୁଖା ଦେବାନନ୍ଦର ଆକ୍ରମଣ ଭୟରେ ଜମ୍ବିରାକୁ ମୁକୁଳାଇବାକୁ କେହି ସାହାସ ଜୁଟାଇ ପାରିନଥିଲେ। ଏହି ଘଟଣା ପରେ ଜମ୍ବିରାର ପୁଅ ନାରାୟଣ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ଦେବାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାରେ ମୋଟ ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଜିଲା ଓ ଦୌରାଜଜ୍‌‌ କେନ୍ଦୁଝର ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତ ଦେବାନନ୍ଦକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଆଦେଶ କରିଛନ୍ତି। ଏଥିସହ ଆଦାୟ ଜୋରିମାନା ଅର୍ଥକୁ ମୃତ ଜମ୍ବିରାର ପୁଅକୁ ପ୍ରଦାନ କରିବା ସହ ଜିଲା ଆଇନ ସେବା ପ୍ରାଧିକରଣକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ମଧ୍ୟ ଆଦେଶ କରିଛନ୍ତି। ମୃତକଙ୍କ ପକ୍ଷରୁ ସ୍ପୋଶାଲ ପି.ପି. ପ୍ରଦରପ କୁମାର ଦାସ ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories