www.samajalive.in
Friday, December 12, 2025
23.1 C
Bhubaneswar

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼, ୪ ଆହତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ପାର୍ବତୀ ପୁର ଠାରେ ଆଜି ସନ୍ଧ୍ୟା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ କରିବା ବେଳେ ଏହାକୁ ପ୍ରତିବାଦ କରିବାରୁ ଅନ୍ୟ ୩ ଜଣଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି। ଘଟଣା ପରେ ପୁଲିସ ପହଞ୍ଚି ୩ ଆହତଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିବା ବେଳେ ଅନ୍ୟ ଜଣଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରିଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ଅଜୟ ଦାସ, ନାରାୟଣ ଦାସ, ମାହାଲି ଦାସ ଏବଂ ବବିତା ଦାସ ରହିଛନ୍ତି।

ଅଭିଯୋଗ ଅନୁଯାୟୀ ଅଜୟ ଓ ତାଙ୍କ ଜଣେ ସାଙ୍ଗ ସହ ମୋଟରସାଇକେଲରେ ଗୋପାଳପୁର ପଟକୁ ଯାଉଥିବା ବେଳେ ଗାଁ ଶେଷ ମୁଣ୍ଡରେ ଥିବା ଏକ ପୋଖରୀ ହୁଡ଼ାରେ ପୂର୍ବ ପ୍ରସ୍ତୁତି ହୋଇ ରହିଥିବା କିଛି ଯୁବକ ଅଚାନକ ଅଜୟକୁ ଆକ୍ରମଣ କରିଥିଲେ। ଏଥିରେ ଅଜୟ ଭୟଭୀତ ହୋଇ ଗାଁ ମଧ୍ୟକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଯୁବକ ମାନେ ଅଜୟର‌ ପିଛା କରିବା ସହ ଅଜୟର ଘର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ଏବଂ ଅଜୟକୁ ଇଟା ଫୋପାଡି ଆକ୍ରମଣ କରିଥିଲେ। ଫଳରେ ଅଜୟର ମୁଣ୍ଡ ଫାଟି ଯାଇଥିଲା। ଘଟଣା ଜଣାପଡ଼ିବା ପରେ ଅଜୟର ସମ୍ପର୍କୀୟ ଭାଇ ନାରାୟଣ ଦାସ ଓ ଜେଜେମା ମାହାଲି ଦାସ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଯୁବକମାନେ ନାରାୟଣକୁ ଏକ ଛୁରାରେ ପଛପଟୁ ଆକ୍ରମଣ କରିଥିଲେ ଏବଂ ପଥର ମାଡ କରିଥିଲେ। ଏଥିରେ ନାରାୟଣ ସମେତ ମାହାଲି ସମେତ ଅଜୟର ଖୁଡି ବବିତା ଦାସ ପ୍ରମୁଖ ଆହତ ହୋଇଥିଲେ।

- Advertisement -

ଘଟଣା ନେଇ ଥାନାରେ ଅଜୟର ଭଉଣୀ ରୂପା ଦାସଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳରୁ ପୁଲିସ ଏକ ଛୁରୀ ଜବତ କରିଛି।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories