ଅର୍ଚ୍ଚନା ଦାଶଙ୍କୁ ଶ୍ରେଷ୍ଠ ଯୁବ ଆଇନଜୀବୀ ପୁରସ୍କାର

କେନ୍ଦୁଝରଗଡ଼: ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜୁଡିସିଆଲ ଏକାଡେମୀ ପରିସରରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲା ଓକିଲ ସଂଘର ଆଇନଜୀବୀ ସୁଶ୍ରୀ ଅର୍ଚ୍ଚନା ଦାଶଙ୍କୁ ‘ଶ୍ରେଷ୍ଠ ଯୁବ ଆଇନଜୀବୀ-୨୦୨୨’ ପୁରସ୍କାରରେ ସମ୍ବର୍ଦ୍ଧିିତ କରାଯାଇଛି। ରାଜ୍ୟର ୧୮ଜଣ ଯୁବ ଆଇନଜୀବୀଙ୍କୁ ଏହି ପୁରସ୍କାରରେ ସମ୍ବର୍ଦ୍ଧିିତ କରାଯାଇଥିବା ବେଳେ କେନ୍ଦୁଝର ଜିଲାରୁ ସୁଶ୍ରୀ ଅର୍ଚ୍ଚନା ଏହି ପୁରସ୍କାର ଲାଭ କରି ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଏସ୍‌‌.କେ.ସାହୁ ସୁଶ୍ରୀ ଅର୍ଚ୍ଚନାଙ୍କୁ ପୁରସ୍କାର ବାବଦ ମାନପତ୍ର, ଟ୍ରଫି, ଅଙ୍ଗବସ୍ତ୍ର ଓ ଆଇନଜୀବୀ ପୁସ୍ତିକା ପ୍ରଦାନ କରି ଶ୍ରେଷ୍ଠ ଯୁବ ଆଇନଜୀବୀ ଭାବେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍‌‌ ଏସ୍‌‌.ମୁରଲୀଧର, ଉଚ୍ଚତ୍ତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌‌ ଦୀପକ ମିଶ୍ରଙ୍କ ସମେତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସମସ୍ତ ବିଚାରପତି ଏହି ଅବସରରେ ଉପସ୍ଥିତ ଥିଲେ। ସୁଶ୍ରୀ ଅର୍ଚ୍ଚନା ଆଇନ ଶିକ୍ଷା ସମାପ୍ତି ପରେ କେନ୍ଦୁଝର ଜିଲା ଓକିଲ ସଂଘର ବରିଷ୍ଠ ସଦସ୍ୟ ସ୍ୱର୍ଗତଃ ଶକ୍ତିଧର ଦାସଙ୍କ ଅଧିନରେ ୨୦୧୪ରେ ଆଇନ ସେବା କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କର ଏହି ସଫଳତା ପାଇଁ ଜିଲା ଓକିଲ ସଂଘର ବହୁ ସଦସ୍ୟ ସମେତ ଜିଲାର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଆଇନଜୀବୀ ଓ ବୁଦ୍ଧିଜୀବୀ ଶୁଭେଛା ଜଣାଇଛନ୍ତି।

kalyan agarbati

Comments are closed.