ରେଳ ଆଧୁନିକୀକଣର ଓ ଶୀତଳଷଷ୍ଠୀ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ କଟକଣା

ସମ୍ବଲପୁର: ସମ୍ବଲପୁର – ତାଳଚେର ରେଳ ଧାରଣାର ପ୍ରଶସ୍ତିକରଣ, ଆଧୁନିକୀକରଣ ଏବଂ ଆସନ୍ତା ଶୀତଳଷଷ୍ଠୀ ଯାତ୍ରାର ପ୍ରସ୍ତୁତି ପାଇଁ ଚେରୁଆପଡ଼ା ୩୩ କେଭି ଫିଡର ଓ ୧୧ କେଭି ଫିଡରର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିଦ୍ୟୁତ କଟକଣା କରାଯିବ ବୋଲି ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି। ମୁଦିପଡ଼ା, ଫାର୍ମ ରୋଡ, ପୁଲିସ ଲାଇନ, କାଈଁଶିର, ସମ୍ବଲପୁର ରେଳ ଷ୍ଟେସନ, ବଡବଜାର, ବାଲିବନ୍ଧା, ସମଲେଶ୍ୱରୀ ମନ୍ଦିର, ଦେହେରିପାଲି, ଗୁଜରାତି କଲୋନୀ, ଗ୍ରୀନ ପାର୍କ, ନନ୍ଦପଡ଼ା, ଝାଡୁଆପଡ଼ା, ଚର୍ଚ୍ଚ ଛକ, ଏନଗୁହା ଲେନ, ବରେଇପାଲିର କିଛି ଅଂଶ ଆଦି ସ୍ଥାନ ଗୁଡିକ ସମେତ ଆଖପାଖର ଅଞ୍ଚଳ ଗୁଡିକରେ ୨୬ ଓ ୨୭ ଏପ୍ରିଲ ଏବଂ ମେ ୩ ତାରିଖରେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି ବିଦ୍ୟୁତ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.