www.samajalive.in
Sunday, December 14, 2025
23.1 C
Bhubaneswar

ସେବା ନିବୃତ୍ତ ସେନାନୀ ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦୁଝରଗଡ଼: ସେବା ନିବୃତ୍ତ ସେନାନୀ ସଂଘ ପକ୍ଷରୁ ୫ଦଫା ଦାବିରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି। ସେବା ନିବୃତ୍ତ ସେନା କର୍ମଚାରୀଙ୍କ ପେନସନ ପୁର୍ନଗଠନରେ ତୃଟିଥିବା ଦର୍ଶାଇ କେନ୍ଦୁଝର ଜିଲା ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ସ୍ଥାନୀୟ ସହିଦସଦନ ଠାରୁ ୩୦୦ରୁ ଊର୍ଦ୍ଧ୍ବ ସେବା ନିବୃତ୍ତ ସେନା କର୍ମଚାରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ। ସଂଘର ଜିଲା ଉପସଭାପତି କ୍ୟାପଟେନ ଦୋଳଗୋବିନ୍ଦ ପାତ୍ର, ସମ୍ପାଦକ ସୁବେଦାର ମେଜର ଚନ୍ଦ୍ରମଣି ଦଳେଇ, ସୁବେଦାର ମେଜର ବଳଭଦ୍ର ସାହୁ, କ୍ୟାପଟେନ ଦିଲ୍ଲୀପ କୁମାର ମହାନ୍ତ, ଶୁଭାଶିଷ ଚକ୍ରବର୍ତ୍ତୀ, ବିଜୟ ରଣା, ବିଧାନ ପଟ୍ଟନାୟକ, ଅରୁଣ କୁମାର ରାଉତ ପ୍ରମୁଖଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସମାବେଶରେ ମିଲିଟାରୀ ସର୍ଭିସ ପେ ୧୫୫୦୦ଟଙ୍କା ପ୍ରଦାନ, ୱାନ ର‍୍ୟାଙ୍କ ୱାନ ପେନସନ ପୁର୍ନଗଠନ-୨ରେ ଥିବା ତୃଟି ସଂଶୋଧନ, ୧୫ବର୍ଷରେ ଅବସରଗ୍ରହଣ କରୁଥିବା ସେନା କର୍ମଚାରୀଙ୍କୁ ୱାନ ର‍୍ୟାଙ୍କ ୱାନ ପେନସନ ଲାଗୁ କରିବା ଏବଂ ବିଧବା ପେନସନ ପୁର୍ନଗଠନ କରାଯିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇôଥଲା। ଉପରୋକ୍ତ ମର୍ମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଜରିଆରେ ଅତିରିକ୍ତ ଜିଲାପାଳଙ୍କୁ ଏକ ପ୍ରତିନିଧିମଣ୍ଡଳୀ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories