www.samajalive.in
Saturday, December 6, 2025
17.1 C
Bhubaneswar

ପବିତ୍ର ଅକ୍ଷୟ ତୃତୀୟା ରେ କୃଷକ ମନ୍ଦିରରେ ପୂଜାର୍ଚନା କରି ଅକ୍ଷିମୁଠି ଅନୁକୂଳ କଲା ଚାଷୀ

ମାହାଙ୍ଗା : ମାହାଙ୍ଗା ବ୍ଲକ ମଣିଜୋରି ଗ୍ରାମରେ ଥିବା ଦେଶର ଏକମାତ୍ର କୃଷକ ମନ୍ଦିର। ଯେଉଁଠାରେ ଜଣେ ଚାଷୀ ଦେବତାଙ୍କ ବଦଳରେ ଜଣେ କୃଷକ ର ପ୍ରତିମୂର୍ତ୍ତିକୁ ଅକ୍ଷିମୁଠି ଅନୁକୂଳ ପୂର୍ବରୁ ପୂଜା କରି ତାର ଧାନ ବିହନ କ୍ଷେତରେ ଅନୁକୂଳ କରିଛି । ସବୁ ଆଡେ ଭଗବାନ ଙ୍କୁ ପୂଜାକରି ଅକ୍ଷିମୁଠି ଅନୁକୂଳ କରାଯାଉଥିବା ବେଳେ କିନ୍ତୁ ଏଠି ମନ୍ଦିରରେ ଜଣେ କୃଷକର ପ୍ରତିମୂର୍ତ୍ତିକୁ ପୂଜାକରାଯାଇଛି, ଏଭଳି ଏକ ଅଦ୍ଭୁତ ଓ ନିଆରା ପରମ୍ପରା ଦେଖିବାକୁ ମିଳିଛି।
କରୋନା ତାଲାବନ୍ଦ ପାଇଁ ଦୁଇ ବର୍ଷ ହେଲା ନିରାଡ଼ମ୍ବର ଭାବରେ ଏଠି କୃଷକ ଦିବସ ପାଳନ କରାଯାଉଛି । କିନ୍ତୁ ୨୦୦୫ ମସିହାରୁ ପ୍ରତିଷ୍ଠିତ ଏହି କୃଷକ ମନ୍ଦିରରେ ହଜାର ହଜାର କୃଷକ ଏହି ଅକ୍ଷୟ ତୃତୀୟା ରେ ଉପସ୍ଥିତ ରହି ପୂଜା କରିବାସହ ଯେପରିଯବାନଙ୍କ ପାଇଁ ଜୟ ଯବାନ ଗାନ କରାଯାଏ ସେହିପରି ଏଠି କୃଷକ ମାନେ ଜୟ କିସାନ ଗାନ କରିଥାନ୍ତି । ଏଭଳି ନିଆରା ପରମ୍ପରା ଭାରତ ବର୍ଷ କିମ୍ବା ବିଶ୍ୱରେ କେଉଁଠାରେ ଆଗରୁ ଦେଖିବାକୁ ମିଳିନଥିଲା ବେଳେ ଏବେ ଏହି ପରମ୍ପରା ମାହାଙ୍ଗା ମଣିଜୋରୀ କୃଷକ ମନ୍ଦିରରେ ଦେଖିବାକୁ ମିଳିଛି। ଜଣେ କୃଷକ ସମାଜ ସେବି ପ୍ରତାପ ସାହୁ କୃଷକ ମାନଙ୍କୁ ସମ୍ମାନ ଦେବାପାଇଁ ୨୦୦୫ ମସିହାରେ ଏହି ମନ୍ଦିର ପ୍ରତିଷ୍ଠା କରିଥିବାବେଳେ ଏହି ପରମ୍ପରା କୁ ବଜାୟ ରଖିବାକୁ ଆଜିଯାଏ ସରକାରୀ ସହାୟତା ଟିଏ ମିଳିନଥିବାରୁ କୃଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories