ସମ୍ବଲପୁରରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ୟ୍ୟକ୍ରମ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ୟ୍ୟକ୍ରମ ମଙ୍ଗଳବାର ଧନୁପାଲି ସ୍ଥିତ ଆଦିତ୍ୟ ରୟାଲ ପ୍ୟାଲେସଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ୟ୍ୟକ୍ରମରେ କୁଚିଣ୍ଡା, ରେଢ଼ାଖୋଲ, ରେଙ୍ଗାଲି ଓ ସମ୍ବଲପୁର ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତର ଯୁବ ଛାତ୍ର ସଭାପତି, ବ୍ଲକ ସଭାପତି ଓ ମହାନଗରର ୱାର୍ଡ଼ ସଭାପତିଙ୍କ ସହିତ ଛାତ୍ର ବିଜୁ ଜନତା ଦଳର ବିଭିନ୍ନ ମହାବିଦ୍ୟାଳୟର କର୍ମକର୍ତ୍ତା ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ସଭାରେ ଆଗାମୀ ଦିନରେ ଯୁବ ଛାତ୍ରଙ୍କ ନେତୃତ୍ୱରେ କିପରି ଓଡ଼ିଶାର ବିକାଶର ନୂତନ ସୂର୍ୟ୍ୟୋଦୟ ହେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାର ପ୍ରତ୍ୟେକଟି ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଡ଼ଃ. ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ନେତୃ ମଣ୍ଡଳୀଙ୍କୁ ଆହ୍ବାନ ଦେଇଥିବା ବେଳେ ଯୁବ-ଛାତ୍ର ବ୍ୟାପାର ସଂଯୋଜକ ପ୍ରଣବ ବଳବନ୍ତରାୟ ଯୁବ ଛାତ୍ରମାନଙ୍କୁ ରାଷ୍ଟ୍ରର ମେରୁଦଣ୍ଡ କହିବା ସହିତ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଗଢିବା ସ୍ବପ୍ନରେ ନବୀନ ବାବୁଙ୍କ ସାରଥି ହେବା ପାଇଁ ଯୁବ ସମାଜ ଆଗେଇ ଆସିବା ପାଇଁ ତାଙ୍କର ଅଭିଭାଷଣରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ସଭାପତି ରୋହିତ ପୂଜାରୀ ତାଙ୍କର ଅଭିଭାଷଣ ରଖି ଥିବା ବେଳେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ସ୍ବାଗତ ଭାଷଣ ଦେବା ସହ ସଂଯୋଜନା କରିଥିଲେ ଓ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସୁଭ୍ରାଶୁଂ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.