ବିଶ୍ୱ ମୃତ୍ତିକା ଦିବସ ୨୦୨୩ ପାଳିତ

ସମ୍ବଲପୁର: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନୁକୁଲ୍ୟରେ ଆଜି ବିଶ୍ୱ ମୃତ୍ତିକା ଦିବସ ପାଳନ ହେଲା ଏବଂ କୃଷି ଜିଲ୍ଲା ସ୍ତରିୟ କୃଷି ମେଳା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମ୍ବଲପୁରଙ୍କ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଥିମ ରହିଛି ମୃତ୍ତିକା ଓ ଜଳ ଜୀବନର ଉତ୍ସ। ୨୦୨୩ ଡିସେମ୍ବର ୫ ଓ ୬ ଦୁଇ ଦିନ ଧରି ଏହି କୃଷକ ମେଳା ଚାଲିବ। ଏହି ମେଳାରେ ୧୫ଟି ଷ୍ଟଲ ଲଗାଯାଇଛି। ୧୫ଟି ଷ୍ଟଲରେ କୃଷି ଯନ୍ତ୍ରପାତି, ମିଲେଟ ଉତ୍ପାଦ, ୩୩ଟି ଦେଶୀ ଚାଉଳର ଷ୍ଟଲ, ଇଫକୋ ଟିର ସାର ଓ କୀଟନାଶକ, ଉଦ୍ୟାନ କୃଷି ବିଭାଗ ର ଷ୍ଟଲ, ମତ୍ସ୍ୟ ବିଭାଗର ଷ୍ଟଲ ଓ କୃଷକ ଉତ୍ପାଦକ ସଙ୍ଗଠନର ଷ୍ଟଲ ରହିଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ା. ସୁରେଶ ଚନ୍ଦ୍ର ଦଳେଇ ଏହି କାର୍ୟ୍ୟକ୍ରମକୁ ଉଦଘାଟନ କରି ସମସ୍ତ ଷ୍ଟଲ ପରିଦର୍ଶନ କରି, ସେମାନଙ୍କ ଉତ୍ପାଦ ବିଷୟରେ ସେମାନଙ୍କ ସହିତ ଆଲୋଚନା କରିଥିଲେ।

Comments are closed.