ରେଙ୍ଗାଲିକ୍ୟାମ୍ପ: ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ, ବରଗଡ଼ର ପରିବେଶ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅମ୍ବାଭୋନା ବ୍ଲକ କର୍ଲା ଗ୍ରାମ ନିକଟସ୍ଥ ବାରବଖରା ଠାରେ ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା ମଞ୍ଚ ସଭାପତି ପ୍ରାଧ୍ୟାପକ ପ୍ରମୋଦ କୁମାର ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ସମ୍ପାଦକ ପ୍ରକୃତିବଂଧୁ ମୀନକେତନ ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ନିଜ ନିଜ ଅଞ୍ଚଳରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଯୁବ ସମାଜକୁ ପରିବେଶ ସୁରକ୍ଷାରେ ସାମିଲ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇଥିଲେ। ଅଭୟାରଣ୍ୟ ନିକଟବର୍ତ୍ତୀ କର୍ଲା ଗ୍ରାମ ଇଡିସି ସଭାପତି ଶୋଭାରାମ ସାହୁ ଓ ଗୋବିନ୍ଦପୁର ଗ୍ରାମ ଇଡିସି ସଭାପତି ସହିତ ଲୋକମାନଙ୍କ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ପକ୍ଷୀଗ୍ରାମ ଗୋବିନ୍ଦପୁର ଗ୍ରାମବାସୀଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅଭୟାରଣ୍ୟର ଜୀବଜନ୍ତୁ, ଆଗନ୍ତୁକ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
Popular Categories



