www.samajalive.in
Saturday, December 13, 2025
21.1 C
Bhubaneswar

ଅଣ୍ଡା ଫିଙ୍ଗିବା ମାମଲାରେ ୪ ବିଜେପି କାର୍ଯ୍ୟକର୍ତ୍ତା ନିର୍ଦ୍ଦୋଷରେ ଖଲାସ

ନବରଙ୍ଗପୁର: ୨୦୨୧ ନଭେମ୍ବର ୨୭ରେ ରାଜ୍ୟସରକାରଙ୍କ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସ ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ଗସ୍ତ ସମୟରେ ଅଣ୍ଡା ମାଡ଼ ହୋଇଥିଲା। ଭାରତୀୟ ଜନତା ପାର୍ଟିର ୪ ଜଣ କାର୍ଯ୍ୟକର୍ତ୍ତା ଭିକି ଜେନା, ବଳରାମ ହରିଜନ (ବିନୁ), ମାନସ ରଞ୍ଜନ ଦାସ ଓ ଅମୂଲ୍ୟ ମିଶ୍ରଙ୍କର ନାଁରେ ବିଜେଡି ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଦିଲୁ ପଣ୍ଡା ମାମଲା କରିଥିଲେ। ପୁଲିସ ଆଇପିସି ୩୦୭ ଭଳି ସଙ୍ଗୀନ ଦଫା ଲଗାଇ କୋର୍ଟ ଚାଲାଣ କରିଥିଲେ। ଏହି ୪ ଜଣ କିଛି ଦିନ ଜେଲରେ ରହି ପରବର୍ତ୍ତୀ ସମୟରେ ଜାମିନରେ ବାହାରି ନିୟମିତ କୋର୍ଟ ଯାଉଥିଲେ। ଏହି ମାମଲା ଜିଲା ଓ ଦୌରା ବିଚାରପତିଙ୍କ ଅଦାଲତରେ ବିଚାର ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ପ୍ରମାଣ ଅଭାବରୁ ଜିଲା ଓ ଦୌରା ବିଚାରପତି ସମସ୍ତ ୪ ଜଣଙ୍କୁ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories