ସମ୍ବଲପୁର: ସ୍ଥାନୀୟ କୁଡ଼ାପାଳି ପଞ୍ଚାୟତର ସିକ୍ରାପାଳି ଗ୍ରାମରେ ପ୍ରସିଦ୍ଧ ଗିରି ଗୋବର୍ଦ୍ଧନ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଗିରି ଗୋବର୍ଦ୍ଧନ ପୂଜାରେ କର୍ତ୍ତା ଭାବରେ ପ୍ରତାପ ପଣ୍ଡା ଏବଂ ତାଙ୍କର ଧର୍ମପତ୍ନୀଙ୍କ ସହ କାର୍ୟ୍ୟ ସମ୍ପାଦନ କରିଥିଲେ। ଏଥିରେ ରୋନକ କର ଏବଂ ବୀରୁ ପୁରୋହିତ ମୁଖ୍ୟ ପୂଜକ ଭାବେ ଦାୟିତ୍ୱ ତୁଲେଇ ଥିବା ବେଳେ ରିତି ନିତି ଅନୁସାରେ ସବୁ ପୂଜାବିଧି ସମ୍ପୂର୍ଣ୍ଣ ହୋଇଥିଲା। ଏହି ଅବସରରେ ସିକରାପାଲି ଠାରେ କୃଷ୍ଣ ଗୁରୁ, ସଙ୍କୀର୍ତ୍ତନ ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଗିରି ଗୋବର୍ଦ୍ଧନ ପୂଜା ଆୟୋଜନରେ କପିଲ ମାଝୀ, ବାବୁଲୁ ଦେହୁରୀ, ସଞ୍ଜିବ ଡନସନା, କୁଞ୍ଜ ବିଶ୍ଵାଲ, ମଧୁସୂଦନ ଥପା, ଚିନ୍ତନର ନାଏକ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ।
Popular Categories



