ବାଉଁଶୁଣି: ବୈାଦ୍ଧ ଜିଲ୍ଲା ଅଁଳାପାଲି ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ବାଦିକଟା ଗ୍ରାମ୍ୟରାସ୍ତା ଏବେ ଜବରଦଖଲ କାରୀଙ୍କ କବଜାରେ ଅଛି। ବିଶେଷ କରି ଗ୍ରାମର ମଧ୍ୟଭାଗ ଅତ୍ୟଧିକ ସଂକୁଚିତ କାରଣରୁ ଜନସାଧାରଣ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଆମ୍ବୁଲାନ୍ସ, ଦମକଳ ଗାଡି ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ପ୍ରଶସ୍ତ୍ରୀକରଣ ପାଇଁ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ବୈାଦ୍ଧ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ବାଉଁଶୁଣୀର ରାଜସ୍ଵ ନିରିକ୍ଷକ ବାଦିକଟା ଗ୍ରାମର ଉଭୟ ପାର୍ଶ୍ଵରୁ ସରକାରୀ ଜାଗାକୁ ମାପି ନାଲିଗାର ଚିହ୍ନ ଦେଇଥିଲେ। ଗ୍ରାମର ଜବର ଦାଖଲକାରୀ ପ୍ରତ୍ୟେକ ଗୃହକତ୍ତାଙ୍କୁ ସରକାରୀ ଜାଗାରୁ ଉଚ୍ଛେଦ ପାଇଁ ଏଯାଏଁ ନୋଟିସ ହୋଇନାହିଁ। ଏ ସଂପର୍କରେ ବାରମ୍ବାର ବର୍ତ୍ତମାନର ତହସିଲଦାରଙ୍କୁ ଗ୍ରାମବାସୀ ସହ ସାମାଜିକ କର୍ମୀ ପ୍ରବୋଧ ରଥ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।
Popular Categories



