www.samajalive.in
Sunday, December 7, 2025
13.1 C
Bhubaneswar

କୃଷି ଓ କୃଷି ଯାନ୍ତ୍ରିକରଣ ମେଳା ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର: ମଙ୍ଗଳବାର ପୂର୍ବାହ୍ନ ୧୧.୩୦ ଟାରେ କୃଷି ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କୃଷି ଯାନ୍ତ୍ରୀକରଣ ମେଳା ଓ କୃଷକ ମେଳା ୨୦୨୩-୨୪ ଆୟୋଜନକୁ ନେଇ ଜିଲ୍ଲାସ୍ତରୀୟ କମିଟି ଓ ଉପଖଣ୍ଡ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ରେଢାଖୋଲ ଉପଖଣ୍ଡରେ ନଭେମ୍ବର ୧୭, ୧୮ ଓ ୧୯ ତାରିଖରେ କୃଷି ଯାନ୍ତ୍ରିକୀକରଣ ମେଳା ଏବଂ ନଭେମ୍ବର ୨୦ ଓ ୨୧ ତାରିଖରେ କୃଷି ମେଳା ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେବ । କୁଚିଣ୍ଡାରେ ନଭେମ୍ବର ୨୮, ୨୯ ଓ ୩୦ ତାରିଖରେ କୃଷି ଯାନ୍ତ୍ରୀକରଣ ମେଳା ଏବଂ ଡିସେମ୍ବର ୧ ଓ ୨ ତାରିଖରେ କୃଷି ମେଳା କୁଚିଣ୍ଡା କଲେଜ ଖେଳ ପଡ଼ିଆରେ ଅନୁଷ୍ଠିତ ହେବ।

ଓଡିଶା ସରକାର କୃଷି ବିଭାଗ ଏହି ମେଳା ଆୟୋଜନ କରି ବିଭିନ୍ନ କୃଷି ଜନ୍ତ୍ରପାତି ଏବଂ ଏସ.ଏଛ.ଜି, କୃଷକ ଉତ୍ପାଦକ କମ୍ପାନୀ ମାନଙ୍କୁ ବିଭିନ୍ନ କୃଷି ବିତରନକାରି, ଆର୍ଥିକ ବ୍ୟବସ୍ଥା ଅନୁଷ୍ଠାନ , ଜନ୍ତ୍ରପ୍ରତିନିଧି ଏବଂ କ୍ରୁଷି ଅନୁସାହାୟକ ବିଭାଗ ଗୁଡିକୁ ସାହାୟ୍ୟ ପ୍ରଦାନ କରିବେ । ଜିଲ୍ଲାସ୍ତରୀୟ କମିଟିର ଅଧ୍ୟକ୍ଷ ଜିଲ୍ଲାପାଳ ରହିଥିବା ବେଳେ ନିମନ୍ତ୍ରିତ ସଦସ୍ୟ ରୂପେ ମାନ୍ୟବର ସାଂସଦ, ବିଧାୟକ ଓ ଜିଲ୍ଲା ପରିଷଦ ସଭାପତି ରହିଛନ୍ତି । ସଦସ୍ୟ ରୂପେ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳାଶୟ/ ଏଡିଏସସି, ନେତୃତ୍ୱ ଜିଲ୍ଲା ପରିଚାଳନା, , ନାବାର୍ଡର ଡିଡିଏମ୍, କୃଷି ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ବରିଷ୍ଠ ବୈଜ୍ଞାନିକ ତଥା କେଭିକେ ଚିପିଲିମା ମୁଖ୍ୟ, ଏଡିର ଆରଆରଟିଟିଏସ ଚିପିଲିମା ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରହିଛନ୍ତି ।

- Advertisement -

ଉପଖଣ୍ଡ ସ୍ତରୀୟ କମିଟିର ଅଧ୍ୟକ୍ଷ ଅଛନ୍ତି ଜିଲ୍ଲାପାଳ, ନିମନ୍ତ୍ରିତ ସଦସ୍ୟ ଅଛନ୍ତି ମାନ୍ୟବର ଏମ୍.ପି., ବିଧାୟକ ଓ ଜିଲ୍ଲା ପରିଷଦ ସଭାପତି ଏବଂ ଅନ୍ୟ ସଦସ୍ୟ ମାନେ ହେଉଛନ୍ତି ଉପଜିଲ୍ଲାପାଳ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ/ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ/ ଅତିରିକ୍ତ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ, ପ୍ରକଳ୍ପ ନିର୍ଦ୍ଦେଶକ , ଜଳାଶୟ / ଏଡିଏସସି, ନେତୃତ୍ୱ ଜିଲ୍ଲା ପରିଚାଳନା, ନାବାର୍ଡର ଡିଡିଏମ୍, କୃଷି ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଓ ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ରହିଛନ୍ତି । ଏହି ବୈଠକରେ ସିଡିଏଓ, ସମ୍ବଲପୁର , ଏସଡିଏମ କୁଚିଣ୍ଡା, ଡିଡି ୱାଟାରସେଡ଼, ଏଡିଓ ରେଢାଖୋଲ, ଏଡିଓ କୁଚିଣ୍ଡା, ଡେପୁଟି କଲେକ୍ଟର ରେଢାଖୋଲ , କୃଷି ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories