www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରୀଡ଼ା ପ୍ରତିଯୋଗିତା

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ୧୧ନମ୍ବର ୱାର୍ଡ଼ ଓଟିଏମ କଲୋନୀ ସ୍ଥିତ ଗୋପବନ୍ଧୁ ଖେଳ ପଡ଼ିଆରେ ଚାଲିଥିବା ଟାଙ୍ଗୀ-ଚୌଦ୍ୱାର ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌‌ଯାପିତ ହୋଇ ଯାଇଛି।ଟାଙ୍ଗୀ-ଚୌଦ୍ୱାର ବ୍ଲକ କ୍ରୀଡା ସଂସଦ, ଚୌଦ୍ୱାରସ୍ଥିତ ସ୍ୱାମୀ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ଓ ଶାଳଗାଁ ଷ୍ଟାର କ୍ଲବ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌‌ଯାପନୀ ଉତ୍ସବରେ ଇମ୍ଫାର ସାଧାରଣ ପ୍ରଶାସକ ଜି. ସାରଦା ପ୍ରସାଦ ରାଓ, ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ, କ୍ରୀଡ଼ାବିତ୍‌‌ ବିପିନ ବିହାରୀ ମହାନ୍ତି, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କାଉନସିଲର ଆଶୁତୋଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୨ଦିନ ଧରି ଅନୁଷ୍ଠିତ ପ୍ରତିଯୋଗିତାରେ ବିଜୟୀ ୨୫୮ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟସ୍ତରୀୟ ଚମ୍ପିୟନ୍‌‌ସିପ୍‌‌ରେ ବିଶିନାହାକାଣୀ ସରକାରୀ ହାଇସ୍କୁଲ,ସଫାର ଉତ୍କଳମଣି ବିଦ୍ୟାପୀଠ ଓ ଚାରବାଟିଆ ଡିଡିପିଆଇଏସ୍‌‌ ଯାଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିଲେ। ସୂଚନାଯୋଗ୍ୟଯେ ଏହି ପ୍ରତିଯୋଗିତାରେ ମୋଟ ୮୬ଟି ବିଭାଗ ପାଇଁ ବ୍ଲକର ୧୦୪ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମୋଟ ୧୧୦୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କାର୍ୟ୍ୟକାରୀ ସଭାପତି ଦିଲ୍ଲୀପ ଛତାରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ବିବେକାନନ୍ଦ ସୋସିଆଲ ଡେଭେଲପମେଣ୍ଟ ସଂପାଦକ ଅଶ୍ୱିନୀ କୁମାର ଜେନା, ସଂସଦ ସଂପାଦକ ବିଜୟ କୁମାର ସାହୁ, ଭାସ୍କର ଚନ୍ଦ୍ର ରାଉତରାୟ, ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ, ଭାସ୍କର ପ୍ରସାଦ ମହାପାତ୍ର, ସୁଜିତ୍‌‌ ଦାସ, ଅନ୍ତର୍ଜ୍ୟାମୀ ସାହୁ, କାହ୍ନୁ ଜେନା, ଦୀପକ ସେନାପତି, ମାନସ ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ।

ହରଭଙ୍ଗା: ହରଭଙ୍ଗା ବ୍ଲକ ଭେଜିଗୁଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଶିଶୁଦିବସ ଅବସରରେ ସୋମବାର ୨୯ତମ ଆନ୍ତଃସ୍କୁଲ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରତିଯୋଗୀତା କାର୍ୟ୍ୟକ୍ରମର ଉଦଘାଟନୀ ଉତ୍ସବରେ ହରଭଙ୍ଗା ସରପଂଚ ଶକୁନ୍ତଳା ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନକରି କାର୍ୟ୍ୟକ୍ରମର ଶୁଭଉଦଘାଟନ କରିଥିଲେ।ଅନ୍ୟତମ ଅତିଥିଭାବେ ଗ୍ରାମର ଗଉଁତିଆ ରବିନାରାୟଣ ପାତ୍ର, ସ୍କୁଲ ସଭାପତି ବାଞ୍ଛାନିଧି ପ୍ରଧାନ, ଓାର୍ଡସଭ୍ୟା ଲାଭାଜିନୀ ପ୍ରଧାନ, ସ୍ଥାନୀୟ ପ୍ରଧାନଶିକ୍ଷକ ପୁରୁନ୍ଦର ରଣା, ସିଆରସିସି ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ। ମଧ୍ୟାହ୍ନ ସମୟରେ ଜିଲ୍ଲା ଶିକ୍ଷାଧିକାରୀ ଗେନ୍ଦ୍ରା କୁଜରୁ, ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଅଜୟ କୁମାର ଲୁହା, ଇକୋ କ୍ଲବର ନୋଡାଲ ଅଫିସର ସ୍ୱରାଜ କହଁର ପ୍ରମୁଖ ଯୋଗଦାନ କରିଥିଲେ। ଏଥିରେ ୧୮ଟି ସ୍କୁଲର ୪ଶହ୫୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।ଦୌଡ, ଉଚ୍ଚଡିଆଁ, ଲମ୍ବ ଡିଆଁ, ମ୍ୟୁଜିକ୍‌‌ ଚେୟାର, ସଟ୍‌‌ଫୁଟ୍‌‌, ଡିସକସ୍‌‌, ସଙ୍ଗୀତ, ବକୃତା, ଅଖାଡିଆଁ, ସାଧାରଣ ଜ୍ଞାନ, ଗଣିତ ଭଳି ୩୦ଟି ପ୍ରତିଯୋଗିତାର ଆୟୋଜନ ହୋଇଥିଲା। ବୁକେଶିଙ୍ଗା ଉଚ୍ଚପ୍ରାଥମିକ ବିଦ୍ୟାଳୟର ସୌମ୍ୟରଞନ ଦେହୁରୀ ଡିସକସ୍‌‌ ,ସର୍ଟଫୁଟ୍‌‌ ଏବଂ ଲମ୍ବଡିଆଁ ଭଳି ତିନୋଟି ପ୍ରତିଯୋଗୀତାରେ ପ୍ରଥମସ୍ଥାନ ଅଧିକାର କରି ଆନ୍ତଃସ୍କୁଲ କ୍ରୀଡାର ଚମ୍ପିଆନ ହୋଇଥିଲେ।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଅତିଥିଭାବେ ପ୍ରମୁଖ ଯୋଗଦାନ କରିଥିଲେ। କାର୍ୟ୍ୟକ୍ରମରେ ଗ୍ରାମବାସୀ,ସ୍କୁଲ ପରିଚାଳନା କମିଟି କର୍ମକର୍ତା,ସ୍କୁଲ ତଥା ଅନ୍ୟାନ୍ୟ ସ୍କୁଲର ଶିକ୍ଷକଙ୍କ ପୂର୍ଣ୍ଣ ସହଯୋଗରେ କାର୍ୟ୍ୟକ୍ରମ ସମ୍ପାଦନ ହୋଇଥିଲା।ସୂଚନା ଥାଉ କି ୧୯୭୮ମସିହାରେ ବିଦ୍ୟାଳୟ ସ୍ଥାପିତ ଦିନଠାରୁ ଶିଶୁଦିବସ ଅବସରରେ ଏହି କ୍ରୀଡା ପ୍ରତିଯୋଗୀତା ଆୟୋଜିତ ହୋଇଆସୁଥିଲା। ମାତ୍ର ଗତ ୨୦୧୦ରୁ୨୦୨୧ ପର୍ୟ୍ୟନ୍ତ ଦୀର୍ଘ ୧୧ବର୍ଷ ହେଲା କ୍ରୀଡା ପ୍ରତିଯୋଗୀତା ବନ୍ଦ ଥିବାରୁ ଗ୍ରାମାଂଚଳ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀଙ୍କ କ୍ରୀଡା ବିକାଶରେ ବଡ ଅନ୍ତରାୟ ସୃଷ୍ଟି ହୋଇଥିଲା। ଦୀର୍ଘବର୍ଷ ବନ୍ଦ ପରେ ଗତବର୍ଷ ଠାରୁ ପୁର୍ନବାର ଏଭଳି ମହତ୍‌‌ କାର୍ୟ୍ୟକ୍ରମର ଆୟୋଜିତ ଫଳରେ କ୍ରୀଡାପ୍ରତି ରୁଚିଥିବା ଛାତ୍ରଛାତ୍ରୀ ନିଜର ପ୍ରତିପାଦନ ସହ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ପ୍ରକାଶ ପାଇଛି।

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories