କନ୍ଧମାଳ : କନ୍ଧମାଳର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଅଞ୍ଚଳରେ ଥିବା ଏକ ସ୍କୁଲରେ ଶିକ୍ଷକ ନଥିବାରୁ ଏହାର ପ୍ରତିବାଦରେ ପ୍ରାୟ ୩୦ କିଲୋମିଟର ବାଟ ଚାଲି ଚାଲି ଛାତ୍ରଛାତ୍ରୀ ବୁଧବାର ପ୍ରତିବାଦ କରିଥିବା ଜଣାପଡ଼ିଛି। ବିଦ୍ୟାଳୟରେ ଆବଶ୍ୟକ ପରିମାଣରେ ଶିକ୍ଷକ ନଥିବା ହେତୁ ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦ କରି ବେଲଘର ଅଞ୍ଚଳରୁ ଘାଟି ପାହାଡ଼ ଓ ଘଞ୍ଚ ଜଙ୍ଗଲ ଦେଇ ହାତରେ ପ୍ଲାକାର୍ଡ଼ ସହ ଶିକ୍ଷକ ପୂରଣ ଦାବିରେ ଛାତ୍ରଛାତ୍ରୀମାନେ ତୁମୁଡ଼ିବନ୍ଧ ଆସିଛନ୍ତି। ଶିକ୍ଷାର ଏପରି ଅବ୍ୟବସ୍ଥା ସର୍ବସମ୍ମୁଖକୁ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ଏଭଳି ଅଭିନବ ଉପାୟ ଗ୍ରହଣ କରିଥିବା ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ଏ ବାବଦରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପାଖରୁ କୌଣସି ସୂଚନା ମିଳିନଥିବା ସୂଚନା ମିଳିଛି।
Popular Categories



