ବୁର୍ଲା: ସମ୍ବଲପୁର ଶିକ୍ଷାଜିଲ୍ଲାର ଜିଲ୍ଲାସ୍ତରିୟ ଆଥଲେଟିକ ଓ କ୍ରିକେଟ ଦ୍ୱିଦିବସୀୟ ଚମ୍ପିଆନସିପ ବୁର୍ଲା ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଉଦଯାପିିତ ହୋଇଯାଇଛି। ଉଦଯାପନି ଉତ୍ସବରେ ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ଡ ମୁରଲିଧର ବେହେରା ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଜୟଶ୍ରୀ ଦୋରା ଏବଂ ଅତିରିକ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ୧୪ ବର୍ଷ ଅନ୍ତର୍ଭୁକ୍ତ ବାଳକ କ୍ରୀଡ଼ାରେ ରେଢ଼ାଖୋଲ ବ୍ଲକ, ବାଳିକା କ୍ରୀଡ଼ାରେ କୁଚିଣ୍ଡା ବ୍ଲକ, ୧୭ ବର୍ଷ ଅନ୍ତର୍ଭୁକ୍ତ ବାଳକ କ୍ରୀଡ଼ାରେ ନାକଟି ଦେଉଳ ବ୍ଲକ ଓ ବାଳିକା କ୍ରୀଡ଼ାରେ କୁଚିଣ୍ଡା ବ୍ଲକ ଚମ୍ପିଆନ ହୋଇ ପୁରସ୍କୃତ ହୋଇଥିଲେ। ଆହୁରି ମଧ୍ୟ କ୍ରିକେଟରେ ଧନକଉଡ଼ା ବ୍ଲକରୁ ସର୍ବାଧିକ ବାରଜଣ କ୍ରିକେଟ ଖେଳାଳି ରାଜ୍ୟସ୍ତରରେ ଖେଳିବା ପାଇଁ ମନୋନିତ ହୋଇଥିଲେ।
Popular Categories



