ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାର ବ୍ଲକ ବାଣୀପଦା ପଂଚାୟତର ବାଲିଚତୁରୀ ଆଂଚଳିକ ସାଧନ କେନ୍ଦ୍ର ସ୍ତରିୟ ସୁରଭି ୨୦୨୩ ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନବକିଶୋର ପଣ୍ଡାଙ୍କ ପୌରହିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ତିର୍ଥାନନ୍ଦ ସୁବୁଦ୍ଦିରାୟ, ସରପଂଚ ଦିଲ୍ଲିପ କୁମାର ଭୋଇ, ରଂଜନ କୁମାର ପରିଡ଼ା, ଶିକ୍ଷାବିତ ଭରତ ଚନ୍ଦ୍ର ମୁଦୁଲି, ପ୍ରାଣକୃଷ୍ଣ ବେହେରା, ସିଆରସିସି ମାନସ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୁରଭି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, କୁଇଜ, ପ୍ରବନ୍ଧ, ହସ୍ତାକ୍ଷର, ନୃତ୍ୟ, ସଂଗୀତ, ହସ୍ତକର୍ମ ଆଦି ପ୍ରତିଯୋଗୀତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।
Popular Categories



