ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ହାତିପାଦୁ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଜଣେ ଅଜଣା ଯୁବକର ଗଳିତ ଶବକୁ ପୁଲିସ ଉଦ୍ଧାର କରିଛି। ସୂଚନା ମୁତାବକ ଆଜି ସକାଳେ କାଜୁ ଜଙ୍ଗଲ ମଧ୍ୟରେ ଶବ ପଡ଼ିଥିବା ଦେଖି ସ୍ଥାନୀୟ ସରପଞ୍ଚକୁ ଲୋକେ ଜଣାଇଥିଲେ। ପରେ ସରପଞ୍ଚ ଥାନାକୁ ଖବର ଦେଇଥିଲେ। ଖବର ପାଇ ଏକ ପୁଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସାଇଣ୍ଟିଫିକ ଟିମ ପହଞ୍ଚି ନମୁନା ସଂଗ୍ରହ କରିବା ସହ ଶବକୁ ଜବତ କରାଯାଇଛି। ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିବା ବେଳେ ବ୍ୟବଛେଦ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୁଲିସ କହିଛି।
Popular Categories



