ପୁରୀ : ଆଜି ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ମାଧ୍ୟମରେ ମହିଳାଙ୍କୁ ଶୁଭେଚ୍ଛା ଓ ସମ୍ମାନ ଜଣାଇଛନ୍ତି। ମାନସ ସାହୁ ନିଜ ବାଲୁକାକଳା ମାଧ୍ୟମରେ ଦର୍ଶାଇଛନ୍ତି ଯେ, ବର୍ତ୍ତମାନର ସମୟରେ ନାରୀ ନିଜକୁ ସଫଳ ଭାବେ ପ୍ରତିଷ୍ଠିତ କରାଇ ପାରିଛନ୍ତି। ଦେଶର ସୁରକ୍ଷା ଠାରୁ ଆରମ୍ଭ କରି ଦେଶ ନିର୍ମାଣରେ ପୁରୁଷଙ୍କ ସମକକ୍ଷ ହୋଇ ସମସ୍ତ କ୍ଷେତ୍ରରେ ନିଜକୁ ପ୍ରତିପାଦିତ କରିପାରିଛନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ୨୦ ଟନ ବାଲିରେ ୨ ଫୁଟ ଉଚ୍ଚତାର ଏହି ବାଲୁକା କଳାରେ ସେ ନାରୀର ଭିନ୍ନ ରୂପ ଦେଖାଇଛନ୍ତି। ମହିଳା ଦିବସ ଅବସରରେ ତାଙ୍କର ଏହି ବାଲୁକା କଳାକୁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ଼ର ଅଧିକାରୀ ଜୋତ୍ସା ମିଶ୍ର ଉଦଘାଟନ କରିଛନ୍ତି।
ବାଲୁକା କଳାରେ ମହିଳାଙ୍କୁ ସମ୍ମାନ
Popular Categories



